Site icon Odisha.com

ଜମି ହଡ଼ପ ମାମଲାରେ ପୂର୍ବତନ ତହସିଲାର ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୯(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ପିପିଲ ସରକାରୀ ଜମି ହଡ଼ପ ଘଟଣାରେ କ୍ରାଇମବ୍ରାଂଚ ପୋଲିସ ମଙ୍ଗଳବାର ଜଣେ ପୂର୍ବତନ ତହସିଲାରଙ୍କ ସହ ୬ ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିମାନେ ହେଲେ ପିପିଲି ତହସିଲରେ ଅବସ୍ଥାପିତ ପୂର୍ବତନ ଅତିରିକ୍ତ ତହସିଲାର ିଲ୍ଲୀପପଟ୍ଟନାୟକ, ରେକର୍ଡ଼କିପର ଗନ୍ଧର୍ବ ପ୍ରଧାନ, ମୁଖ୍ୟ କିରାଣୀ ଈଶ୍ୱର ପ୍ରଧାନ, ସର୍କଲ ଆର.ଆଇ ବଂଶୀଧର ପରିଡ଼ା, ପୁରୀ ବନେ୍ଦାବସ୍ତ ବିଭାଗର ଅମୀନ ବେଣୁଧର ପରିଡ଼ା ଓ ଜମିର ମାଲିକାନା ।ବି କରୁଥିବା ଶଙ୍କର୍ଷଣ ନାୟକ ।

ଗତ ୨୦୦୬ରେ ହୋଇଥିବା ଜମି ହଡପ ମାମଲା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥିରେ ୫୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ସମ୍ପତି ହଡପ ହୋଇଥିବା ଅଭିଯୋଗ ହୋଇଥିଲା ।

ପରେ ପ୍ରଶାସନିକ ଉ୍ୟମରେ ୨୧ ଏକର ଜମି ସରକାରୀ ଖାତାକୁ ଫେରିଥିଲା । ୧୧.୯୮ ଏକର ସରକାରୀ ଜମିକୁ ନିଜ ନାମରେ କରାଇବା ପାଇଁ ଶଙ୍କର୍ଷଣ ନାୟକ ଆବେନ କରିଥିଲେ । ତେବେ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ସରକାର କ୍ଷତିପୂରଣ ପ୍ରାନ କରି ସମ୍ପତିକୁ ରାଜ୍ୟ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଥିଲେ ।

ସେହିପରି ୨୧.୮୮ ଏକରରଦୁଇଟି ସରକାରୀ ପ୍ଲଟ ପାଇଁ ରାଜକିଶୋର ମହାପାତ୍ର ନାମକ ଜଣେ ବ୍ୟକ୍ତି ମାଲିକାନା ।ବି କରିଥିଲେ । ସରକାରୀ ଖାତାରେ ଏହା ଗୋଚର ହୋଇଥିବା ବେଳେ ତହସିଲ ଅଧିକାରୀ, କର୍ମଚାରୀଙ୍କ ସହଯୋଗରେ କିସମ ପରିବର୍ତନ କରି ହଡ଼ପ କରାଯାଇଥିଲା ।

ଏହି ସରକାରୀ ଜମି ହଡ଼ପ ଘଟଣାର କ୍ରାଇମବ୍ରାଂଚ ତନ୍ତ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଥିଲା ଏବଂ ଏଭାକୁ ଭିତ୍ତି କରି କ୍ରାଇମବ୍ରାଂଚ ୩ ଜଣଙ୍କ ବିରୋଧରେ ଏତାଲା ।ୟର କରିଥିଲା ।

ଗତ ମାର୍ଚ୍ଚ ୨ରେ କ୍ରାଇମ ବ୍ରାଂଚର ୯ଟି ଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଗିରଫ ବ୍ୟକ୍ତି ମାନଙ୍କୁ ପିପିଲି
ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଆଲତରେ ହାଜର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version