Site icon Odisha.com

ପୁରୀ ରଥଯାତ୍ରାରେ ପାଂଚ ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୨୧(ଓଡ଼ିଶା ଡ଼ଟ୍ କମ୍) ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭ୍ର ଓ ବେୀ ଶୁଭ୍ରାଙ୍କ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଗୁରୁବାର ପାଂଚ ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିବା ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

୯ଟା ୪୫ରେ ଶ୍ରୀଜିଉ ମାନଙ୍କୁ ମନ୍ଦିରରୁ ଅଣାଯାଇ ପହଣ୍ଡି ବିଜେ କରାଯାଇଥିବା ବେଳେ ୩ଟା ୪୦ରେ ରଥଟଣା କାର୍ଯ୍ୟକ୍ରମ କରାଯାଇଥିବା ସେ କହିଛନ୍ତି ।

୯ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ଶେ ବିଶେରୁ ପ୍ରାୟ ତିନି ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସଂଧ୍ୟା ସୁଦ୍ଧା ପାଂଚ ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଛି ।

ବେୀ ସୁଭ୍ରାଙ୍କ ର୍ପଳନ ରଥ ୪ଟା ୩୫ ମିନିଟରେ ଟଣା ଯାଇଥିବା ବେଳେ ଅପରାହ୍ନ ୫ଟା ୧୦ ମିନିଟ୍ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା । ରଥଟଣାରେ ବିଳମ୍ବ ଯୋଗୁଁ ବଳଭ୍ରଙ୍କ ରଥ ବଡ଼ଶଙ୍ଖ, ସୁଭ୍ରାଙ୍କ ରଥ ବଳଗଣ୍ଡୀ ଓ ଶ୍ରୀଜଗନ୍ନାଥଙ୍କ ରଥ ମାର୍କେଟ୍ ଛକଠାରେ ଅଟକି ରହିଛି ।

ଭକ୍ତଙ୍କ ଭିଡ଼କୁ ୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ସମଗ୍ର ସହରରେ୧୦୭ ପ୍ଲାଟୁନ ଫୋର୍ସ, ପାଂଚଶହ ପୋଲିସ ଅଫିସରଙ୍କୁ ମୁତୟନ କରାଯିବା ସହ ରଥ ସୁରକ୍ଷା ପାଇଁ କମ୍ପାନୀ ର୍ୟାପିଡ ଆକ୍ସନ ଫୋର୍ସଙ୍କୁ ନିୟୋଜିତ କରାଯାଇଛି ।

ବିଭିନ୍ନ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଥିବା ବେଳେ ସମୁ୍ର କୂଳରେ ଲାଇଫ ଗାର୍ଡ଼ଙ୍କୁ ମୁତୟନ କରାଯାଇଛି ।

ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ । ନଅଦିନ ବ୍ୟାପୀ ହେବାକୁ ଥିବା ଏହି ରଥଯାତ୍ରାଦିନ ତିନି ଠାକୁର ମନ୍ଦିର ବାହାରକୁ ଆସିଥାନ୍ତି ଏବଂ ଏହିିନ ସବୁ ଧର୍ମର ଲୋକ ଭଗବାନଙ୍କୁ ଖେିବାର ସୁଯୋଗ ପାଇଥାନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version