Site icon Odisha.com

ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୨୧(ଓଡିଶା ଡଟ୍ କମ୍) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଗୁରୁବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।
ଅଗଣିତ ଭକ୍ତଙ୍କ ଗହଣରେ ବଡାଣ୍ଡ ଉତ୍ସବମୁଖରିତ ହୋଇପଡିଛି । ସମସ୍ତ ରୀତିନୀତି ସହ ସକାଳ ୯ଟା ୩୫ରେ ତିନି ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭ୍ର ଏବଂ ବେୀ ଶୁଭ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

ତିନି ଠାକୁର ନଅଦିନ ପାଇଁ ବଡେଉଳରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ପ୍ରତୁ୍ୟଷରେ ଶ୍ରୀଜୀଉମାନଙ୍କର ମଙ୍ଗଳ ଆରତୀ, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ୍ୱାରପାଳ ପୂଜା ଆି ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।

ରଥଯାତ୍ରା ଖେିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥିବା ଭକ୍ତ ଏବଂ ଯାତ୍ରୀମାନଙ୍କ ଆନନ୍ଦ ଉଲ୍ଲାସ ଏବଂ ଆଧ୍ୟାତ୍ମିକ ପରିବେଶରେ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇପଡିଛି । ସକାଳ ୯ଟା ସୁଦ୍ଧା ତିନି ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସଂଧ୍ୟା ସୁଦ୍ଧା ପ୍ରାୟ ଶ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଥିବା ସେ କହିଛନ୍ତି ।

ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ । କେବଳ ରଥଯାତ୍ରାଦିନ ତିନି ଠାକୁର ମନ୍ଦିର ବାହାରକୁ ଆସିଥାନ୍ତି ଏବଂ ଏହିିନ ସବୁ ଧର୍ମର ଲୋକ ଭଗବାନଙ୍କୁ ଖେିବାର ସୁଯୋଗ ପାଇଥାନ୍ତି ।

ରାଜ୍ୟ, ରାଜ୍ୟ ବାହାରୁ ତଥା ଶେ ବିଶେରୁ ଭକ୍ତମାନେ ଆସି ଶ୍ରୀଜୀଉଙ୍କ ର୍ଶନ କରିବା ପାଇଁ ବଡାଣ୍ଡରେ ରୁଣ୍ଡ ହୋଇଥାନ୍ତି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ସହିତ ଭକ୍ତମାନଙ୍କ ସୁରକ୍ଷା ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version