• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜଗତସିଂହପୁର: ପୋସ୍କୋ ବିରୋଧୀଙ୍କ କଳା ଦିବସ

June 22, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁନ୍ ୨୨(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରକଳ୍ପ ବୁଝାମଣାପତ୍ର ସ୍ୱାକ୍ଷର ହେବାର ସାତ ବର୍ଷ ପୂର୍ତି ଅବସରରେ ଶୁକ୍ରବାର ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି କଳା ଦିବସ ପାଳନ କରିଛି ।

ଢ଼ିଙ୍କିଆର ପାଟଣାହାଟ ପଡିଆରେ ସଂଗ୍ରାମ ସମିତି ସଭାପତି ଅଭୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବା ସଭାରେ ସିପିଆଇ କେନ୍ଦ୍ରୀୟ ନେତା ଏ.ବି.ବର୍ଦ୍ଧନ, ସାଂସ ବାସୁବେ ଆଚାର୍ଯ୍ୟ, କଂଗ୍ରେସର ରମେଶ ସ୍ୱାଇଁ, ଆର୍ଜେଡିର ହରିଶ ମହାପାତ୍ର ପ୍ରମୁଖ ଯୋଗ େଇଥିଲେ ।

ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ଢ଼ିଙ୍କିଆ ଚାରିଶେରୁ ପୋସ୍କୋ ପ୍ରକଳ୍ପ ନହଟିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବବୋଲି ଉପସ୍ଥିତ ବ୍ୟକ୍ତିମାନେ ଆୟୋଜିତ ସଭାରେ ଉ୍ବୋଧନ େଇ କହିଛନ୍ତି ।

ରାଜ୍ୟ ସରକାରଙ୍କ ଯୋଗୁଁ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଓ ହେବାକୁ ଯାଉଛି ସେଥିପାଇଁ ସଂପୃକ୍ତ ଅଂଚଳର ଲୋକମାନେ କେବେ କ୍ଷମା ଦେବେନି ବୋଲି ସେମାନେ କହିଛନ୍ତି ।

ପୋସ୍କୋ ବିରୋଧୀ ଆନେ୍ଦାଳନକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଚଳାଇଥିବା ଉ୍ୟମକୁ ନିନ୍ଦା କରିବା ସହ ପୋସ୍କୋ ବିରୋଧୀ ନେତାଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲ ପଠାଇବା ଘଟଣାକୁ ଏହି ସଭାରେ ନିନ୍ଦା କରାଯାଇଛି ।

ସଭାରେ ମୁଖ୍ୟ ଅତିଥି ଏ.ବି.ବର୍ଦ୍ଧନ, ନାରାୟଣ ରେଡ୍ଡୀ ଓ ଜୟନ୍ତ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋବିନ୍ଦପୁର ଓ ଢ଼ିଙ୍କିଆରୁ ଶତାଧିକ ପୋସ୍କୋ ବିରୋଧୀ ବିଶାଳ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଂଚିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସମାଜବାୀ ପାର୍ଟି ନେତା ଅରୁଣ ଜେନା, ଲୋକ ଜନଶକ୍ତିର ପ୍ରଫୁଲ୍ଲ ସାମନ୍ତରା, ସିପିଆଇଏମ୍ଏଲ୍ର କ୍ଷିତିଶ ବିଶ୍ୱାଳ, ଏସ୍ୟୁସିଆଇ ଶମ୍ଭୁନାଥ ନାୟକ, ଆଶିଷ କାନୁନ୍ଗୋ, ଫରୱାଡ ବ୍ଲକ୍ନେତା ସନ୍ତୋଷ ମିତ୍ର, ନାରାୟଣ ରେଡ୍ଡୀ, ଜୟନ୍ତ ବିଶ୍ୱାଳ ପ୍ରମୁଖ ଯୋଗେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଳା ଦିବସ, ଜଗତସିଂହପୁର, ପୋସ୍କୋ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version