Site icon Odisha.com

ମହାସମାରୋହରେ ନାଇଜେରିଆରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଶରତ କୁମାର ସାହୁ

ଲାଗୋସ, ଜୁନ୍ ୨୩(ଓଡ଼ିଶା ଡ଼ଟ୍ କମ୍) ନାଇଜେରିଆର ଲାଗୋସ ସହରରେ ଓଡ଼ିଆ ସମାଜ ପକ୍ଷରୁ ମହାସମାରୋହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଯାଇଛି ।

ଗୁରୁବାର ସେଠାରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସହିତ ବିଭିନ୍ନ ଭାରତୀୟ ଗୋଷ୍ଠୀ ଓ ସ୍ଥାନୀୟ ଇକ୍ସନ ମନ୍ଦିରର ଅନେକ ଶ୍ରଦ୍ଧାଳୁ ଏବଂ ନାଇଜେରିଆ ଅଧିବାସୀ ଏହି ଉସôବରେ ଯୋଗ େଇଥିଲେ ।

ଏହି ଅବସରରେ ଇସ୍କନ ଓ ସ୍ଥାନୀୟ ଗୌଡ଼ିୟ ମଠର ବହୁତ ନାଇଜେରିଆ ଭକ୍ତମାନେ ଆନନ୍ଦ ଉଲ୍ଲାସର ସହିତ ଭଜନ କୀର୍ତନ ପରିବେଷଣ କରିଥିଲେ ।

ତିନି ଠାକୁର ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭ୍ର ଓ ବେୀ ଶୁଭ୍ରାଙ୍କ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ ଗଭୀର ଶ୍ରଦ୍ଧା, ଭଜନ, କୀର୍ତନ, ହରିବୋଲ, ହୁଳହୁଳି ଶଙ୍ଖନା ମଧ୍ୟରେ ପହଣ୍ଡି ବିଜେ କରି ଶ୍ରୀଜିଉଙ୍କୁ ରଥ ଉପରକୁ ଆଣିଥିଲେ ।

ଜୟଜଗନ୍ନାଥ ମଧୁର ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିଲା । ନାଇଜେରିଆରେ ଅବସ୍ଥାପିତ ଉ୍େୟାଗପତି ଏନ୍.ଜି.ପଟେଲ ପୌରହିତ୍ୟ କରି ଶ୍ରୀଜିଉଙ୍କର ଆରତି ଓ ଛେରାପହଁରା କରିଥିଲେ । ଏହାପରେ ଭକ୍ତମାନେ ହରିବୋଲ ଓ ହୁଳହୁଳି ମଧ୍ୟରେ ରଥ ଟାଣିଥିଲେ ।

ସୂଚନାଯୋଗ୍ୟ, ଓଡ଼ିଆ ଲୋକ ମାନଙ୍କ ଦ୍ୱାରାଗଠିତ “ଓଡ଼ିଆ ସମାଜ ନାଇଜେରିଆ’ ନାଇଜେରିଆରେ ଓଡ଼ିଶା ତଥା ଭାରତର ପରମ୍ପରା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ତଥା ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ କରିଆସୁଛି ।

ସଂଗଠନ ବିଗତ ସାତ ବର୍ଷ ଧରି ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିର ବାର୍ତା ନାଇଜେରିଆସ୍ଥିତ ପ୍ରବାସୀ ଭାରତୀୟ ଗୋଷ୍ଠୀ ତଥା ସ୍ଥାନୀୟ ନାଇଜେରିଆ ଅଧିବାସୀଙ୍କୁ ରଥଯାତ୍ରା ମାଧ୍ୟମରେ ପ୍ରଚାରିତ କରିଆସୁଛି

ଏହାସହ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଶାର ବିଭିନ୍ନ ଉସôବ ଓ ପର୍ବପର୍ବାଣି ମଧ୍ୟ ନାଇଜେରିଆରେ ପାଳନ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version