Site icon Odisha.com

ଗୋଟିଏଦିନରେ ସର୍ବାଧିକ ଖବରକାଗଜ ସଂଗ୍ରହକରି ରେକର୍ଡ଼

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଜୁନ୍ ୨୪(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲାର ୩୪ ବର୍ଷ ବୟସ୍କ ଶଶାଙ୍କ ଶେଖର ।ସ ଗୋଟିଏଦିନରେ ସର୍ବାଧିକ ଖବରକାଗଜ ସଂଗ୍ରହ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ର୍ସର ଅଧିକାରୀ ହୋଇଛନ୍ତି ।

ଜାନୁୟାରୀ ୨୬ରେ ୩୯୨ଟି ଖବର କାଗଜ ସଂଗ୍ରହ କରି ସେ ଏହି ରେକର୍ଡ଼ କରିଥିବା ବେଳେ ଗତ ୧୩ ତାରିଖରେ ତାଙ୍କୁ ଏହି ସମ୍ମାନ ପ୍ରାନ କରାଯାଇଛି ।

“ଭାରତ ତଥା ଭାରତ ବାହାରେ ଗୋଟିଏଦିନରେ ଅଧିକ ସଂଖ୍ୟକ ଖବର କାଗଜ ସଂଗ୍ରହ କରିବାରେ ମୁଁ ରେକର୍ଡ଼ ହାସଲ କରିଛି । ମୋ ସଂପର୍କିୟ ତଥା ବନ୍ଧୁ ମାନଙ୍କ ଠାରୁ ୧୬ଟି ଭାଷାର ଏହି ଖବର କାଗଜ ସଂଗ୍ରହ ପାଇଁ ମୁଁ ବହୁତ କଠିନ ପରିଶ୍ରମ କରିଛି”ଶଶାଙ୍କ କହିଛନ୍ତି ।

୬୨ଟି ଭାଷାରେ ୮୨ଟି ଶେର ୨୧୦୦ ଖବର କାଗଜ ସଂଗ୍ରହ କରି ଇତିହାସ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ବରି ବ୍ଲକ ଅର୍ନ୍ତଗତ ଅରଙ୍ଗାବା ଗ୍ରାମସ୍ଥିତ ଶଶାଙ୍କଙ୍କ ଘରେ ବାହାରେ କେବଳ ଏକ ନାମ ଫଳକ ବ୍ୟତୀତ ସ୍ୱାଗତ କରିବାକୁ କିଛି ନାହିଁ ।

କିନ୍ତୁ ଘରର ଚାରୋଟି କଠୋରୀର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ଫାଇଲରେ ଥିବା ଖବର କାଗଜ ଖେବାକୁ ମିଳିବ ଏବଂ କେତେକ ଖବରକାଗଜ ପ୍ରର୍ଶୀତ କରାଯାଇଛି ।

ଏଠାରେ ୱାସିଂଟନ୍ପୋଷ୍ଟ, ି ଆରବ ନୁ୍ୟଜ, ି ଗାର୍ଡ଼ିଆନ୍, ି ଗଲ୍ଫ ଟାଇମ୍ସ, ଚାଇନା ଡ଼େଲି, ଡ଼େଲି ମେଲ ସମେତ ତିନି ଶହ ବିଶେୀ ଖବର କାଗଜ ଖେିବାକୁ ମିଳିବ । ଏହାବ୍ୟତୀତ ଭାରତର ବିଭିନ୍ନ ଭାଷାରେ ପ୍ରକାଶିତ ଶତାଧିକ ଖବର କାଗଜ ମଧ୍ୟ ମିଳିବ ।

ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ପୁଅ ଶଶାଙ୍କ ବରି ସ୍କୁଲରେ ପଢୁଥିବା ବେଳେ ଗୋଟିଏ ଗୋଟିଏ ଖବର କାଗଜ ସଂଗ୍ରହ କରି ଘରକୁ ଏକ ସମ୍ବାପତ୍ର ସଂଗ୍ରହାଳୟରେ ପରିଣତ କରିଥିଲେ । ବିଭିନ୍ନ ଲୋକ ଏହି ସଂଗ୍ରହାଳୟ ଖେିବାକୁ ଯାଇଥାନ୍ତି ।

ବର୍ତମାନ ସେ ଓଡ଼ିଶାରେ ଘରୋଇ କମ୍ପାନୀ ଇଣ୍ଡିଆନ୍ ଗ୍ରାମିଣ ସର୍ଭିସେସ୍ରେ କାର୍ଯ୍ୟ କରୁଛନ୍ତି । ସେ ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହ ଲୋକଙ୍କ ସହ ଯୋଗାଯୋଗ କରି ସମ୍ବାପତ୍ର ସଂଗ୍ରହ କରିଥାନ୍ତି । ବର୍ଷବର୍ଷ ଧରି ସେ ପ୍ରାୟ ଦୁଇ ହଜାରରୁ ଉଦ୍ଧ୍ୱର୍ ଖବରକାଗଜ ସଂଗ୍ରହ କରିଛନ୍ତି ।

ଖବର କାଗଜର ପ୍ରକୃତ ମୂଲ୍ୟ ଯେତେ ତା ପାଇଁ ଏଗୁଡ଼ିକର ମୂଲ୍ୟ ଯଥେଷ୍ଟ ଅଧିକ ବୋଲି ମୁଁ ଭାବେ, ଶଶାଙ୍କଙ୍କ ସାଙ୍ଗ ଅମୂଲ୍ୟ ପଣ୍ଡା କହିଛନ୍ତି । ଏଗୁଡ଼ିକ ସଂଗ୍ରହ କରିବାରେ ସେ ଅଧିକ ସମୟ େଇଥାଏ, ସେ କହିଛନ୍ତି । ଶଶାଙ୍କ ଗାଁରେ ଯାତ୍ରା ସମୟରେ ମଧ୍ୟ ସଂଗ୍ରହ କରିଥିବା ସମ୍ବାପତ୍ର ଗୁଡ଼ିକୁ ପ୍ରର୍ଶିତ କରିଥାନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version