Site icon Odisha.com

ଜୁଲାଇ ୫ରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ଅଧିବେଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ୱାସିଂଟନ୍,ଜୁନ୍ ୨୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଜୁଲାଇ ୫ରେ ୱାସିଂଟନ୍ ଠାରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ଅଧିବେଶନ ହେବାକୁ ଥିବା ବେଳେ ଏଥିରେ ଓଡ଼ିଶାରେ ଉଚ୍ଚ ଶିକ୍ଷା-ସୁଯୋଗ ଏବଂ ଚ୍ୟାଲେଞ୍ଜ ଉପରେ ଆଲୋଚନା କରାଯିବ ବୋଲି କୁହାଯାଇଛି ।

ସିଆଟେଲ ସ୍ଥିତ କୋଷ୍ଟ ହୋଟେଲ ଆଣ୍ଡ ରିସୋର୍ଟସ୍ ଠାରେ ହେବାକୁ ଥିବା ଏହି ଅଧିବେଶନରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଶ୍ୱବି୍ୟାଳୟ ଏବଂ ଉତ୍ତର ଆମେରିକାରେ ଥିବା ବିଶ୍ୱବିଦ୍ୟାଳୟର ବିଶିଷ୍ଟ ବ୍ୟକ୍ତି ବିଶେଷ ଆଲୋଚନାରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିବେଶନରେ ତ୍ରିନିା ଏବଂ ତୋବାଗୋରେ ଅବସ୍ଥାପିତ ଭାରତର ରାଷ୍ଟ୍ରୂତ ମଳୟ ମିଶ୍ର, ଲୋକସଭା ସାଂସ ବୈଜୟନ୍ତ ପଣ୍ଡା, କଟକ ରେଭେନ୍ସା ବିଶ୍ୱବି୍ୟାଳୟ କୁଳପତି ବୈଷ୍ଣବ ତ୍ରିପାଠୀ, କାଲିଫର୍ନିଆ ବିଶ୍ୱବି୍ୟାଳୟର ଡ଼ିନ୍ ମାଇକେଲ କେ.ମ୍ୟାକାଓଲେ, କାଲିଫର୍ନିଆ ଷ୍ଟେଟ ୟୁନିଭରସିଟିର ଉପାଧ୍ୟକ୍ଷ ଜିତ୍ ଯୋଶ ଏବଂ ପୋର୍ଟଲ୍ୟାଣ୍ଡ ଷ୍ଟେଟ ୟୁନିଭରସିଟିର ତୁଗ୍ରୁଲ ଡ଼େମ୍ ପ୍ରମୁଖ ବକ୍ତା ଭାବେ ଯୋଗ ଦେବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version