• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କର୍କଟ କେନ୍ଦ୍ରରେ ରୋଗୀସେବା ଉନ୍ନତି ପାଇଁ ବୁଝାମଣାପତ୍ର

June 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୫(ଓଡ଼ିଶା ଡ଼ଟ୍ କମ୍) କଟକସ୍ଥିତ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ର ସମେତ ରାଜ୍ୟରେ ଥିବା ତିନୋଟି ମେଡ଼ିକାଲ କଲେଜ ହସ୍ପିଟାଲରେ ରୋଗୀସେବା ଉନ୍ନତି ପାଇଁ ସୋମବାର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଏଥିପାଇଁ ଏଚ୍ଏଲ୍ଏଲ୍ ଲାଇଫକେୟାର ସହିତ କର୍କଟ ଗବେଷଣା କେନ୍ଦ୍ର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି । ଲାଇଫକେୟାର ଏହି ଅନୁଷ୍ଠାନର ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କାର୍ଯ୍ୟ କରିବା ସହିତ ଅତ୍ୟାଧୁନିକ ଲିନିୟର ଆକ୍ସିଲେଟର,ସିମୁଲେଟର ଏବଂ ସ୍ପାଇରାଲ ସିଟି ମେସିନ ବସାଇବ ।

କର୍କଟ ଗବେଷଣା କେନ୍ଦ୍ରର ନିଦେ୍ର୍ଦଶକ ଏବଂ ଲାଇଫକେୟାରର ବରିଷ୍ଠ ପାଧିକାରୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଗବେଷଣା କେନ୍ଦ୍ରରେ କ୍ରମଶଃ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ୃଷ୍ଟିରେ ରଖି ଏହାର ଭିତ୍ତି ଭୂମିର ବିକାଶ ଏବଂ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ପାଇଁ ଅତ୍ୟାଧୁନିତ ଯନ୍ତ୍ରପାତି ପାଇଁ ଏହି ପକ୍ଷେପ ନିଆଯାଇଛି ।

ସେହିପରି ଏହି ସଂସ୍ଥା ବ୍ରହ୍ମପୁର ଏମ୍କେସିଜି ଏବଂ ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ଓ ହସପିଟାଲରେ ଘରୋଇ ସରକାରୀ ଭାଗିାରୀରେ ଏମ୍ଆର୍ଆଇ ସ୍କାନ ମେସିନ ବସାଇବ । ସେଥିପାଇଁ ମେଡିକାଲ କଲେଜ କର୍ତୃପକ୍ଷ ଆବଶ୍ୟକ ସ୍ଥାନ ଯୋଗାଇ ଦେବେ ।

ବୁଝାମଣା ଅନୁଯାୟୀ ଭାରତ ସରକାରଙ୍କର ଏହି ସଂସ୍ଥା୧୫ ମାସ ମଧ୍ୟରେ ତାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବ । ସେହିପରି ଏମ୍ଆର୍ଆଇ ସ୍କାନିଂ ବ୍ୟବସ୍ଥା ପାଇଁ ୬ କୋଟି ଟଙ୍କା ଲେଖାଁଏ ବ୍ୟୟ କରିବ ବୋଲି ବିଭାଗୀୟ ସଚିବ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version