Site icon Odisha.com

ସେବାୟତ ଗୋଷ୍ଠୀଙ୍କ ଗଣ୍ଡଗୋଳ ଯୋଗୁଁ ନୀତିରେ ବିଳମ୍ବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ର୍ଶନକୁ କେନ୍ଦ୍ରକରି ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଛି ।

ଫଳରେ ବିଳମ୍ବିତ ରାତିରେ ହେରାପଂଚମୀ ନୀତି ହୋଇଥିବା ବେଳେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ସକାଳେ ମହାପ୍ରଭୁଙ୍କ ନୀତି ସଂପନ୍ନ ହୋଇପାରି ନାହିଁ । ନୀତି ବିଳମ୍ବ ଯୋଗୁଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଖୋେଇଛି ।

ସୋମବାର ରାତିରେ ଦୁଇ ଗୋଷ୍ଠୀଙ୍କ ପରିବାର ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ସେବାୟତ ଭିତରଚ୍ଛଙ୍କୁ ଇତା ସେବକଙ୍କ ସମର୍ଥକମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଭିତରଚ୍ଛ ସେବକ ଭବାନୀ ମହାପାତ୍ରଙ୍କ ପରିବାର ମହିଳାମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ର୍ଶନ କରିବାକୁ ଆସିଥିବା ବେଳେ ର୍ଶନ ସମୟରେ ଉଭୟ ପରିବାରଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।

ର୍ଶନ ଶେଷ କରି ସମସ୍ତେ ଫେରି ଆସିଥିବା ବେଳେ ଇତା ସେବାୟତମାନେ ମନ୍ଦିର ଭିତରେ ଥିବା ସମୟରେ ଭିତରଚ୍ଛ ଏବଂ ତାଙ୍କର କେତେକ ସମର୍ଥକ ସେଠାରେ ପହଂଚି ଗାଳିଗୁଲଜ କରିବାରୁ ଗଣ୍ଡଗୋଳ ହୋଇଥିଲା ।

ପରେ ଭିତରଚ୍ଛ ମନ୍ଦିର ବାହାରକୁ ଯିବା ପରେ ଇତା ସେବକ ଓ ତାଙ୍କର ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ଘଟଣା ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଏତଲା ିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version