Site icon Odisha.com

ମାନୁଆଲ ପଦ୍ଧତିରେ ଆଡ୍ମିଶନ ଦାବିରେ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୫(ଓଡ଼ିଶା ଡ଼ଟ୍ କମ୍) ଇ-ଆଡମିଶନକୁ ବାଧ୍ୟତାମୂଳକ କରିବା ପରିବର୍ତେ ପୂର୍ବଭଳି ମାନୁଆଲ ପଦ୍ଧତି କାର୍ଯ୍ୟକାରୀ କରାଯାଇ କଲେଜ ସ୍ତରରେ ଛାତ୍ରଛାତ୍ରୀଙ୍କ ଚୟନ ପ୍ରକ୍ରିୟାକୁ ଲାଗୁ କରିବା ।ବିରେ ସୋମବାର ଅଲ୍ ଇଣ୍ଡିଆ ଡିଏସ୍ଓ ପକ୍ଷରୁ ସଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଶନ କରାଯାଇଛି ।

ଛାତ୍ରଛାତ୍ରୀମାନଙ୍କୁ ଡାକ ଯୋଗେ ଇନ୍ଟିମେସନ ଲେଟର ପଠାଇବା, ପ୍ରତି ଛାତ୍ର/ଛାତ୍ରୀଙ୍କଠାରୁ ନାମଲେଖା ପାଇଁ ଆବେନ କରିବାର ସର୍ବୋଚ୍ଚ ଫିସ୍ ୫୦ ଟଙ୍କା ମଧ୍ୟରେ ସୀମିତ ରଖିବା ଏବଂ ଇ-ଆଡମିଶନରେ ହୋଇଥିବା ୁର୍ନୀତିର ଉଚ୍ଚସ୍ତରୀୟ ତନ୍ତ କରାଯାଇ ୋଷୀଙ୍କୁ ୃଷ୍ଟାନ୍ତମୂଳକ ଶାସ୍ତି ପ୍ରାନ କରିବାକ ସଂଘ ।ବି କରିଛି ।

ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରାରେ ବାହାରି ପିଏମ୍ଜିଠାରେ ପହଂଚିଥିଲେ ଓ ସେଠାରେ ବିକ୍ଷୋଭ ପ୍ରର୍ଶନ କରିଥିଲେ । ବିକ୍ଷୋଭ ସ୍ଥଳରେ ଏକ ପ୍ରତିବା ସଭା ଅନୁଷ୍ଠିତ ହୋଇଥିଲା ଏବଂ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରାନ କରିଥିଲେ ।

ପୂର୍ବ ବର୍ଷଗୁଡିକରେ ଇ-ଆଡ୍ମିଶନ ବ୍ୟବସ୍ଥା ପ୍ରଚଳନ ଫଳରେ ପାଠପଢା କାର୍ଯ୍ୟକ୍ରମ ଅଯଥା ବିଳମ୍ବ ହେବା ସହ ପ୍ରକ୍ରିୟାର ଜଟିଳତା ପାଇଁ ବିଭିନ୍ନ କଲେଜମାନଙ୍କରେ ଶହ ଶହ ସିଟ୍ ଫାଙ୍କା ପଡିଛି ।

ପ୍ରାୟ ସମସ୍ତ କଲେଜ ମାନଙ୍କରେ ଇ-ଆଡମିସନ ପ୍ରକ୍ରିୟା ଶେଷ ହେବା ପରେ ପୁନଃ ମାନୁଆଲ ଆଡମିସନ ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ଗ୍ରହଣ କରାଯାଇ ସେମାନଙ୍କୁ ଶୋଷଣ କରାଯାଇଛି ବୋଲି ଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି ।

କଲେଜରେ ଇ-ଆଡମିଶନ ବ୍ୟବସ୍ଥା ବାଧ୍ୟତାମୂଳକ ଭାବରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଲି ିଆଯାଇ ଗୋଟିଏ ସପ୍ଟୱେୟାର କମ୍ପାନୀକୁ କୋଟି କୋଟି ଟଙ୍କା ଲାଭ ଯୋଗାଇ ବୋର ଅବାଧ ସୁଯୋଗ ସରକାର ସୃଷ୍ଟି କରିଛନ୍ତି । ସି.ଏ.ଜି ରିପୋର୍ଟରେ ଇ-ଆଡମିଶନରେ ବ୍ୟାପକ ଅନିୟମିତତା, ପ୍ରିୟାପ୍ରୀତି ତୋଷଣ ଓ ୁର୍ନୀତି ହୋଇଥିବାର ବିଷୟ ମଧ୍ୟ ଉଲ୍ଲେଖ କରାଯାଇଛି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version