Site icon Odisha.com

ପ୍ରକଳ୍ପ ଅଗ୍ରଗତି ନେଇ ପୋସ୍କୋ ଅଧିକାରୀଙ୍କ ଆଲୋଚନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ପ୍ରକଳ୍ପ ପାଇଁ ତ୍ରିପାକ୍ଷିକ ବୁଝାମଣା ପତ୍ର ସମୟ ନିକଟତର ହୋଇଆସୁଥିବା ବେଳେ ପ୍ରକଳ୍ପ ଅଗ୍ରଗତି ନେଇ ମଙ୍ଗଳବାର କମ୍ପାନୀ କତୃପକ୍ଷ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସେମାନେ ସଚିବାଳୟ ଯାଇ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏବଂ ଇଡ଼୍କୋ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି । ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସରକାର ବୁଝାମଣାପତ୍ରର ଚିଠା ଚୂଡ଼ାନ୍ତ କରଥିବା ବେଳେ ଏଥିରେ ପୋସ୍କୋ ଇଣ୍ଡିଆ, ପୋସ୍କୋ କଂପାନୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ସ୍ୱାକ୍ଷର କରିବେ ।

ପୋସ୍କୋ ସହ ଖୁବ୍ଶୀଘ୍ର ବୁଝାମଣାପତ୍ର ସ୍ୱାକ୍ଷର ହେବ ବୋଲି ମୁଖ୍ୟ ଶାସନ ସଚିବ ଆଲୋଚନା ପରେ ଗଣମାଧ୍ୟମକୁ କହିଛନ୍ତି ।

୨୭ଶହ ଏକର ଜମି ମିଳିଲେ କଂପାନୀ କାମ ଆରମ୍ଭ କରିବ ବୋଲି ପୋସ୍କୋ ସିଏମ୍ଡି ନିକଟରେ ଓଡ଼ିଶା ଗସ୍ତରେ ଆସି ସରକାରଙ୍କୁ ଜଣାଇଥିଲେ । ତେଣୁ ସରକାର ଦୁଇ ହଜାର ଏକର ଜମି ଅଧିଗ୍ରହଣ କରିସାରିଥିବା ବେଳେ ଆଉ ୭ଶହଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version