Site icon Odisha.com

୨୮ରେ ମ୍ୟାଟ୍ରିକ ପରୀକ୍ଷା ଫଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ଫଳ ଆସନ୍ତା ୨୮ ତାରିଖ ଗୁରୁବାର ପ୍ରକାଶ ପାଇବ ବୋଲି ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସକାଳ ୯ଟାରେ ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଚଳିତ ବର୍ଷ ଫଳ ପୁସ୍ତିକା ପ୍ରକାଶିତ ହେବ ନାହିଁ ଏବଂ ଏସ୍ଏମ୍ଏସ୍ ଓ ବିଭିନ୍ନ ୱେବସାଇଟରୁ ଛାତ୍ରଛାତ୍ରୀ ଫଳ ଜାଣି ପରିବେ ବୋଲି କୁହାଯାଇଛି ।

ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୯ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ପ୍ରଶ୍ନପତ୍ର ଚୋରି ଯୋଗୁଁ ଏହାକୁ ବନ୍ଦ କରାଯାଇ ପୁଣି ଅପ୍ରେଲ ୧୭ରେ ପରୀକ୍ଷା ହୋଇଥିଲା । ୪ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ବିଭିନ୍ନ କେନ୍ଦ୍ରରେ ପରୀକ୍ଷା େଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version