Site icon Odisha.com

ଭଦ୍ରକ: ଗୋରୁଚାଲାଣ ରୋକିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଦିନକୁଦିନ ବେଆଇନ ଭାବେ ଗୋ ଚାଲାଣ ବଢୁଥିବାରୁ ଏହାକୁ ପ୍ରତିବାଦ କରି ଭାରତୀୟ ଜନତା ପାର୍ଟି ଭଦ୍ରକ ଶାଖାର କର୍ମୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି ।

ଏହି ଉପଲକ୍ଷେ କାଉନସିଲର ଘାଉଲି ଜେନାଙ୍କ ନେତୃତ୍ୱରେ କେତେକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।

ଜିଲ୍ଲାରେ ୫ନଂ ଜାତୀୟ ରାଜପଥ ଦେଇ ଦୈନନ୍ଦିନ ବହୁ ଗୋରୁ ଟ୍ରକ ବିପଦଜନକ ଭାବେ ଯାଉଛି । କେବଳ ସେତିକିନୁହେଁ ସେସବୁ ଗାଡିରେ ସେହି ନିରିହ ଗୋରୁ ମାନଙ୍କୁ ଖାଦ୍ୟପେୟ ଦିଆନଯାଇ ଯେଉଁ ଭଳି ଭାବେ ସୁଦୁର କଲିକତା ଏବଂ ଅନ୍ୟାନ୍ୟ ରାଜ୍ୟକୁ ପଠାଯାଉଛି ତାହାକୁ କେହି ଆଖିରେ ନ ଦେଖିଲେ ବିଶ୍ୱାସକୁ ନେବେ ନାହିଁ ବୋଲି ସେମାନେ ପତ୍ରରେ ଉଳ୍ଲେଖ କରିଛନ୍ତି ।

ଗୋରୁ ବ୍ୟବସାୟୀମାନେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଦୈନନ୍ଦିନ ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଶହ ଶହ ଗୋରୁଗାଈଙ୍କୁ କିଣି ଚାଲାଣ କରିବା ପାଇଁ ଏହି ର୍ୟାକେଟ୍ ରେ ସଂପୃକ୍ତ ରହୁଛନ୍ତି । ଫଳରେ ଗୋରୁ ଟ୍ରକଗୁଡିକ ବିଭିନ୍ନ ସମୟରେ ରାସ୍ତାରେ ଓଲଟି ପଡିବାରୁ ଗୋରୁ ଗାଈମାନେ ମରୁଛନ୍ତି ।

ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବେଆଇନ ଗୋରୁ ଚାଲାଣକୁ ସଂପୂର୍ଣ୍ଣଭାବେ ବନ୍ଦ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ନଚେତ୍ ସେମାନେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version