Site icon Odisha.com

ଘୋଷଣା ପୂର୍ବରୁ ମ୍ୟାଟ୍ରିକ ପରୀକ୍ଷା ଫଳ ଲିକ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁନ୍ ୨୭(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇବାକୁ ଥିବା ବେଳେ ଏହାପୂର୍ବରୁ ବୁଧବାର ଏକ ୱେବ ସାଇଟ୍ରେ ଫଳ ପ୍ରକାଶ ପାଇଛି ।

ପରୀକ୍ଷା ପରିଚାଳନାରେ ପୂର୍ବରୁ ବିଭିନ୍ନ ପ୍ରକାର ବିଭ୍ରାଟ ଖୋେଇଥିବା ବେଳେ ଫଳ ଘୋଷଣାର ୧୨ ଘଂଟା ପୂର୍ବରୁ ପ୍ରଘଟ ହେବା ପରୀକ୍ଷାର୍ଥୀ ତଥା ଅଭିଭାବକ ମହଲରେ ବିସ୍ମୟ ସୃଷ୍ଟି କରିଛି ।

ଗୁରୁବାର ସକାଳ ୯ଟାରେ ପରୀକ୍ଷା ଫଳ ଘୋଷଣା ପାଇଁ ଚୂଡାନ୍ତ ହୋଇଥିବାବେଳେ ବୁଧବାର ରାତିରେ ତାହା ପ୍ରଘଟ ହୋଇଛି । ଏଥିରେ ପ୍ରଥମ ୧୦୦ ଜଣଙ୍କ ନାମ ପ୍ରକାଶ ପାଇଥିବାରୁ ଫଳାଫଳ ନେଇ ସନେ୍ଦହ ପ୍ରକାଶ ପାଇଛି ।

ସଂପୃକ୍ତ ୱେବ ସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଔପା ହାଇସ୍କୁଲର ଛାତ୍ର ିବ୍ୟାଂଶୁ କର ୬୦୦ ମାର୍କରୁ ୫୮୮ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିପରି ବୌଦ୍ଧ ସରସ୍ୱତୀ ଶିଶୁ ବି୍ୟା ମନ୍ଦିରର ଅଙ୍କିତ ମହାପାତ୍ର ୫୮୩ ନମ୍ବର ରଖିଦ୍ୱିତୀୟ ଏବଂ ରେଭେନ୍ସା କଲିଜିଏଟ୍ ସ୍କୁଲର ଶୀତପ୍ରଜ୍ଞା ନାଥଶର୍ମା ୫୮୨ ନମ୍ବର ରଖି ତୃତୀୟ ହୋଇଛନ୍ତି ।

ତେବେ କମ୍ପୁ୍ୟଟରରେ ହାକିଂ କରାଯାଇ ଏଭଳି କରାଯାଇଥାଇ ପାରେ ବୋଲି ପରିଷ ପକ୍ଷରୁ କୁହାଯାଇଥିବା ବେଳେ ଘଟଣାର ତନ୍ତ କରାଯିବ ବୋଲି କୁହାଯାଇଛି । କ୍ରମାଗତ ବିଭ୍ରାଟ ଯୋଗୁଁ ମାଟ୍ରିକ ଫଳ ପ୍ରକାଶନ ବିଳମ୍ବିତ ହୋଇଥିବାରୁ ମେଧଦଦଦଦାବୀଛାତ୍ରଙ୍କ ନାମଲେଖାରେ ସୁବିଧା ସୁଯୋଗ ସଂକୁଚିତ ହୋଇଛି ।

ସେହିପରି ଅନ୍ୟ ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ, ଶୀଘ୍ର ପରୀକ୍ଷା ଫଳ ବାହାର କରିବା ଆଳରେ ବୋର୍ଡ କର୍ତୃପକ୍ଷ ଫଳ ପୁସ୍ତିକା ପ୍ରକାଶନ କରିନାହାନ୍ତି । କେବଳ ଇଂଟରନେଟ ଓ ମୋବାଇଲ ମେସେଜ ମାଧ୍ୟମରେ ଏହା ଜଣାପଡିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version