Site icon Odisha.com

ଦିବ୍ୟାଂଶୁ କର ମ୍ୟାଟ୍ରିକ ଟପ୍ପର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁନ୍ ୨୮(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷ ଦ୍ୱାରାପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଔପା ହାଇସ୍କୁଲ ଛାତ୍ର ଦିବ୍ୟାଂଶୁ କର ୫୮୮ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି ।

ସେହିପରି ବୌଦ୍ଧ ସରସ୍ୱତୀ ବିଦ୍ୟା ମନ୍ଦିର ଛାତ୍ର ଅଙ୍କିତ ମହାପାତ୍ର ୫୮୩ ନମ୍ବର ରଖିଦ୍ୱିତୀୟ, କଟକ ରେଭେନ୍ସା କଳେଜିଏଟ୍ ସ୍କୁଲ ଛାତ୍ର ଶୀତପ୍ରଜ୍ଞା ନାଥଶର୍ମା ୫୮୨ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ସେହିପରି କେନ୍ଦୁଝରଗଡ଼ ସରସ୍ୱତୀ ବି୍ୟାମନ୍ଦିର ଛାତ୍ରୀ ନିର୍ଲିପ୍ତା ମହନ୍ତ ୫୮୧ ନମ୍ବର ରଖି ଚତୁର୍ଥ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋର ହାଇସ୍କୁଲ ଛାତ୍ର ଗୋପବନ୍ଧୁ ହୋତା ୫୮ ନମ୍ବର ରଖି ପଂଚମ ହୋଇଛନ୍ତି ।

ଚଳିତ ବର୍ଷ ପାସ୍ ହାର ୬୭.୯୦ ପ୍ରତିଶତ ରହିଥିବା ବେଳେ ମୋଟ୍ ୩ ଲକ୍ଷ ୩୪ ହଜାର ୭୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୦ ହଜାର ୮୨ ଜଣ ଛାତ୍ର ଏବଂ ୧ ଲକ୍ଷ ୬୪ ହଜାର ୬୮୪ ଜଣ ଛାତ୍ରୀ ଅଛନ୍ତି ।

୬୭ ହଜାର ୫୨ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୯୩ ହଜାର ୭୦୯ ଜଣଦ୍ୱିତୀୟ ଶ୍ରେଣୀ ଓ ୧ ଲକ୍ଷ ୭୨ ହଜାର ୯୦୯ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version