Site icon Odisha.com

ବାହୁଡ଼ା ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୨୯(ଓଡ଼ିଶା ଡ଼ଟ୍ କମ୍) ନଅଦିନ ଘୋଷଯାତ୍ରା ପରେ ଶୁକ୍ରବାର ପୁରୀରେ ଶ୍ରଜୀଉଙ୍କ ବାହୁଡା ଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ୃଷ୍ଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବାହୁଡା ଯାତ୍ରାରେ ରଥାରୂଢ ।ରୁବିଗ୍ରହଙ୍କୁ ର୍ଶନ କରିବା ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାବେଶ ହେବାକୁ ଥିବା ବେଳେ ଆତଙ୍କବାୀ ଆକ୍ରମଣ ଖବର ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ସୁରକ୍ଷା ବ୍ୟବସ୍ଥା ପାଇଁ ୧୦୭ ପ୍ଲାଟୁନ ପୋଲିସ ଫୋର୍ସ, ପାଂଚ ଶହ ଅଫିସର, ଦୁଇ ହଜାର ଗୃହରକ୍ଷୀ, ଦୁଇ କମ୍ପାନୀ ରାପିଡ଼୍ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଏହା ସହିତ ବୋମା ନିଷ୍କ୍ରୀୟକାରୀ ଳ, ଡଗ୍ ସ୍କ୍ୱାର୍ଡ, କ୍ୱିକ୍ ରେସପନ୍ସ ଟିମ୍ଙ୍କୁ ମଧ୍ୟ ସଜାଗ ରଖାଯାଇଛି । ବଡାଣ୍ଡର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ନିରୀକ୍ଷଣ ପାଇଁ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି ।

ବିଭିନ୍ନ କୋଠାରେ ବାଇନାକୁଲାରଧାରୀ ସାର୍ପ ସୁଟର ମାନଙ୍କୁ ମୁତୟନ କରାଯିବା ସହ ଗୁଣ୍ଡିଚାମନ୍ଦିର ଓ ଶ୍ରୀମନ୍ଦିର ସିଂହ୍ୱାରରେ ବନ୍ଧୁକଧାରୀ ପୋଲିସଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ତଟରକ୍ଷୀ ବାହୀନୀ ସମୁ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ତାରଖ କରୁଥିବା ବେଳେ ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ସହରର ବିଭିନ୍ନ ପ୍ରବେଶ ପଥରେ ଯାଂଚ କରାଯାଉଛି ।

ବାହୁଡ଼ା ଯାତ୍ରା ପାଇଁ ଭୋର ୪ଟାରୁ ମଙ୍ଗଳ ଆଳତି, ୫ଟାରେ ଅବକାଶ, ୬ଟା ୩୦ରେ ସକାଳ ଧୂପ ହୋଇଥିବା ବେଳେ ୧୧ଟା ୪୫ରେ ମଙ୍ଗଳାର୍ପଣ, ୧୨ଟାରେ ବାହୁଡ଼ା ପହଣ୍ଡି, ୩ଟା ୩୦ରେ ଛେରା ପହଁରା ଏବଂ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଂଟ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version