Site icon Odisha.com

ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଚଲିଥିବା ହାତୀ ଗଣନା ଫଳାଫଳ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବା ଏଥିରେ କୁହାଯାଇଛି ।

ପୂର୍ବ ବର୍ଷ ଅପେକ୍ଷା ଏହି ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଗତ ୨୦୧୦ରେ ହାତୀ ସଂଖ୍ୟା ୧୮୮୬ ଥିବା ବେଳେ ଚଳିତ ବର୍ଷ ହୋଇଥିବା ଗଣନାରେ ଏହି ସଂଖ୍ୟା ୧୯୩୦ରେ ପହଂଚିଛି ।

ସମସ୍ତ ପ୍ରତିକୂଳ ବ୍ୟବସ୍ଥା ସତ୍ୱେ ହାତୀ ସଂଖ୍ୟା ବୃଦ୍ଧି ପାଇଛି । ୧୯୩୦ ହାତୀଙ୍କ ମଧ୍ୟରୁ ୩୩୪ଟି ନ୍ତା ହାତୀ,୧୦୮୭ଟି ମାଈ,ଏବଂ ୪୬୩ଟି ଛୁଆ ହାତୀ ହୋଇଥିବା ବେଳେ ୪୬ଟି ହାତୀଙ୍କ ଲିଙ୍ଗ ନିରୂପଣ ହୋଇପାରି ନାହିଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବେୀ ପ୍ରସା ମିଶ୍ର କହିଛନ୍ତି ।

ସେହିପରି ୨୦୧୦ରେ ୩୩୨ଟି ନ୍ତା ହାତୀ, ୪୪୮ଟି ଛୁଆ, ୧୦୬୪ଟି ମାଈ ଏବଂ ୪୨ଟି ଲିଙ୍ଗ ନିରୂପଣ ହୋଇପାରିନଥିବା ହାତୀ ଥିଲେ ବୋଲି ସେ କହିଛନ୍ତି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ନ୍ତା ହାତୀଙ୍କ ତୁଳନାରେ ମାଈ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ହାତୀ ଗଣନା ପାଇଁ ରାଜ୍ୟକୁ ଆଠଟି ଜୋନ୍ରେ ବିଭକ୍ତ କରାଯାଇଥିଲା । ଏଗୁଡ଼ିକ ମଧ୍ୟରୁ ପାଂଚଟି ଜୋନ୍ରେ ହାତୀ ସଂଖ୍ୟା ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଥିବା ବେଳେ ତିନୋଟି ଜୋନ୍ରେ ହ୍ରାସ ପାଇଛି ।

ଅନୁଗୁଳ ଜୋନ୍ରେ ଗତ ଗଣନାରେ ୫୯୧ ହାତୀ ଥିବା ବେଳେ ବର୍ତମାନ ୬୩୩ଟି ହାତୀ ଅଛନ୍ତି । ସେହିପରି ରାଉରକେଲା ଜୋନ୍ରେ ୨୧୫ରୁ ୨୨୮କୁ ବୃଦ୍ଧି ପାଇଥିବା ବେଳେ ବାରିପାରେ ୫୪୦ରୁ ୫୪୯, ଭୁବନେଶ୍ୱର ଜୋନ୍ରେ ୪୧ରୁ ୪୩ ଏବଂ ବ୍ରହ୍ମପୁର ଜୋନ୍ରେ ୧୨୧ରୁ ୧୪୯କୁ ବୃଦ୍ଧି ପାଇଛି ।

ସେହିପରି ଗତ ବର୍ଷ ଗଣନା ଅନୁସାରେ ଭବାନୀପାଟଣାରେ ୧୦୪ଟି ହାତୀ ଥିବା ବେଳେ ବର୍ତମାନ ସେଠାରେ ୮୭ଟି, ସମ୍ବଲପୁରରେ ୨୪୯ ଥିବା ବେଳେ ବର୍ତମାନ ୨୨୯ଟି ଏବଂ କୋରାପୁଟ ଜୋନ୍ରେ ୨୬ଟି ହାତୀ ଥିବା ବେଳେ ବର୍ତମାନ ସେଠାରେ ୧୨ଟି ହାତୀ ରହିଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version