Site icon Odisha.com

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବନାମ ସରକାରୀ ବିଦ୍ୟାଳୟ

ଗୋଲଖ ଚନ୍ଦ୍ର ଦାସ

ଭୁବନେଶ୍ୱର, ଜୁନ୍ ୨୮(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ ପ୍ରଶ୍ନ ପତ୍ର ଚୋରୀ, ବିଳମ୍ବରେ ପରୀକ୍ଷା, ମହମବତୀରେ ଖାତାଖୋ ଓ ଫଳ ପ୍ରକାଶ ପାଇବା ପୂର୍ବରୁ ଫଳ ପ୍ରକାଶ ପାଇବା ଆଦି ବିଭିନ୍ନ ପ୍ରକାର ବିଭ୍ରାଟ ସତ୍ୱେ ଗୁରୁବାର ଫଳାଫଳ ପ୍ରକାଶ ପାଇଛି ।

ଚଳିତ ବର୍ଷ ପାସ୍ ହାର ୬୭.୯୦ ପ୍ରତିଶତ ରହିଥିବା ବେଳେ ମୋଟ୍ ୩ ଲକ୍ଷ ୩୪ ହଜାର ୭୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୦ ହଜାର ୮୨ ଜଣ ଛାତ୍ର ଏବଂ ୧ ଲକ୍ଷ ୬୪ ହଜାର ୬୮୪ ଜଣ ଛାତ୍ରୀ ଅଛନ୍ତି ।

୬୭ ହଜାର ୫୨ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୯୩ ହଜାର ୭୦୯ ଜଣଦ୍ୱିତୀୟ ଶ୍ରେଣୀ ଓ ୧ ଲକ୍ଷ ୭୨ ହଜାର ୯୦୯ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଯଉଁ ୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି ସେଥିରେ ଘରୋଇ ବି୍ୟାଳୟର ୧୪ ଜଣ ଅଛନ୍ତି ଓ ସେଥିମଧ୍ୟରୁ ସରସ୍ୱତୀ ଶିଶୁ ବି୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୩ ।

ସେହିପରି ଶହେ ଜଣଙ୍କ ମଧ୍ୟରେ ଯେଉଁ ୧୧୦ ଜଣ ବି୍ୟାର୍ଥୀ ଅଛନ୍ତି ସେଥିମଧ୍ୟରୁ ସରସ୍ୱତୀ ଶିଶୁ ବି୍ୟାମନ୍ଦିରର ଛାତ୍ରଛାତ୍ରୀ ସଂଖ୍ୟା ୫୦ ଓ ୨ ଜଣ ଶିଶୁ ମନ୍ଦିରର ପୂର୍ବତନ ଶିକ୍ଷାର୍ଥୀ ।

ଚଳିତ ବର୍ଷ ସରକାରୀ ସ୍କୁଲ କିଛି ମାତ୍ରାରେ ଭଲ କରିଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସରକାରୀ ବି୍ୟାଳୟର ଛାତ୍ର ିବ୍ୟାଂଶୁ କର । କିନ୍ତୁ ବେସରକରୀ ସ୍କୁଲ ସରସ୍ୱତୀ ଶିଶୁ ବି୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ବାଜିମାତ କରିଛନ୍ତି ।

ଆଶାନୁରୂପ ଫଳ ମିଳୀ ପାରୁନାହିଁ ସରକାରୀ ସ୍କୁଲରୁ । ଭୁବନେଶ୍ୱର ସହରରୁ ସରକାରୀ ବି୍ୟାଳୟରେ ଟପ୍ ଟେନ୍୍ରେ କେହି ନାହିଁନ୍ତି କେବଳ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଅଛନ୍ତି ।

କଣ ପାଇଁ ଶିଶୁମନ୍ଦିର ଗୁଡିକ ସଫଳତା ହାସଲ କରୁଛନ୍ତି ? କିପରି ଶିକ୍ଷା ିଆ ଯାଉଛି ସେଠାରେ ? ସେମାନଙ୍କର ବ୍ୟବସ୍ଥା କଣ ? ବର୍ତମାନ ଏହା ଚର୍ଚ୍ଚାର ବିଷୟ । ବେସରକାରୀ ବି୍ୟାଳୟର ବାଜିମାତ ସରକାରଙ୍କୁ ଏକ ଆହ୍ୱାନ । ଏକ ଚ୍ୟାଲେଞ୍ଜ ।

କଣ ଏପରି ହେଉଛି ଯେ ସରକାରୀ ସ୍କୁଲ ପଛରେ ପଡି ଯାଉଛି । ପିଲାମାନଙ୍କୁ ଯି ଆନ୍ତରିକତା ସହିତ ପାଠ ପଢାଇବା ଏବଂ ଉପଯୁକ୍ତ ମାର୍ଗରେ ପାଠ ପଢାଇ ଭଲ ମଣିଷ ତିଆରି କରିବା ପାଇଁ ଶିକ୍ଷକମାନେ ପରିଶ୍ରମ କରିଥାନ୍ତେ ତାହେଲେ ଭଲ ଫଳ ପାଇଥାନ୍ତା ।

ପିଲାମାନଙ୍କ ମଧ୍ୟରେ କି ଗୁଣ ଅଛି ସେକଥା ସରକାରୀ ଶିକ୍ଷକମାନେ ସେଗୁଡିକ ମୁଲ୍ୟାଙ୍କନ କରି ସେ ିଗରେ କାର୍ଯ୍ୟ କରିବା ଉଚିତ୍ । ଯାହାକି ସରସ୍ୱତୀ ଶିଶୁ ବି୍ୟାମନ୍ଦିର ଗୁଡିକରେ ହେଉଛି ।

ସରସ୍ୱତୀ ଶିଶୁ ମନ୍ଦିରରେ କିପରି ବି୍ୟାାନ କରାଯାଉଛି ତାହା ଏବେ ଆଲୋଚ୍ୟର ବିଷୟ । ସରସ୍ୱତୀ ଶିଶୁ ମନ୍ଦିର ଗୁଡିକରେ ଶିଶୁର କୋମଳ ମନକୁ ସ୍ପର୍ଶକରି ସୁନ୍ଦର ଅଭିନୟ ଓ ସୁମଧୁର ଶିଶୁଗୀତକୁ ଆଧାରକରି ଯେତେବେଳେ ଅଧ୍ୟାପନା କାର୍ଯ୍ୟ ଆରମ୍ଭ ହୁଏ । ସେତେବେଳେ ଶିଶୁର ମାନସିକସ୍ତରରେ ସରସତା ସୃଷ୍ଟି ହୁଏ ।

ମାତୃକ୍ରୋଡରୁ ବଂଚିତ ଶିଶୁ କିଛିିନ ନିଃସଙ୍ଗତା ଅନୁଭବକଲେ ମଧ୍ୟ, ମାତୃସମ ସ୍ନେହଶୀଳା ଗୁରୁମାନଙ୍କର ଆନ୍ତରିକାତା ଶିଶୁ ପ୍ରାଣକୁ ଧୀରେଧୀରେ ପରିବର୍ତନ କରାଏ । ନୂତନ ପରିବେଶ ଓ ନୂତନ ସହପାଠୀମାନଙ୍କ ସହ ମୃୁ ଆନ୍ତରିକତା ତାର ମନକୁ ପରିବର୍ତର୍ନ କରେ ।

ବାସ୍ତବରେ ମାନବର ମନ ଚାହେଁ ଅନ୍ୟଠାରୁ ସ୍ନେହ,ପ୍ରଶଂସା ଓ ସମ୍ମାନ । କିନ୍ତୁ ଚପଳମତି ଶିଶୁ ହୃୟକୁ ସ୍ନେହ ବେଶି ଆକର୍ଷଣ କରେ । ସ୍ନେହବଦ୍ଧ ଶିଶୁ ମାନସପଟରେ ଆଙ୍କି ହୋଇ ଯାଏ ସ୍ନେହବୋଳା ସମ୍ଭାଷଣ ଓ ବି୍ୟାଳୟର କିଛି କାର୍ଯ୍ୟ ।

ସେଥିପ୍ରତି ୃଷ୍ଟି ିଆଯାଏ ଶିଶୁ ମନ୍ଦିରରେ । ଏଠାରେ ଆଧ୍ୟାତ୍ମିକ ପରିବେଶରୁ ଆରମ୍ଭ ହୁଏ ଶିଶୁର ଶିକ୍ଷା । ଫଳତଃ ଶିଶୁ ପ୍ରାଣରେ ଜାଗ୍ରତ ହୁଏ, ଭଗବତ୍ ପ୍ରେମ । ଯାହା ଆମ ଭାରତୀୟ ସଂସ୍କୃତି କହେ । ବୈିକ ଯୁଗର ଗୁରୁ କୂଳାଶ୍ରମର ଅନୁକରଣରେ ପରିଚାଳିତ ଶିଶୁ ମନ୍ଦିର ପାଶ୍ଚାତ୍ୟ ଅନ୍ଧାନୁକରଣ ଠାରୁ ୂରରେ । ପବିତ୍ର ବନ୍ଦନା ଗାନରେ ମୁଖରିତ ହୁଏ ଶିଶୁ ମନ୍ଦିରର ପରିସର ।

ସ୍ରଷ୍ଟାଙ୍କର ସୃଷ୍ଟିର କିଛି ଅଂଶତ ପବିତ୍ର ବାତାବରଣରେ ମୁଖରିତ ହୁଏ । ଗୁରୁ କୁଳାଶ୍ରମରେ ଅଧ୍ୟୟନରତ ଶିଷ୍ୟମାନଙ୍କୁ ଋଷି(ଆଚାଯ୍ୟ) ସମାବର୍ତନ କାଳରେ େଉଥିବା ଉପଶେ, ଅନବରତ ପ୍ରତିଧ୍ୱନିତ କରେ ଶିକ୍ଷାର୍ଥୀଙ୍କ ପ୍ରାଣରେ । ଯାହାକି

କିଛିକାଂଶରେ ପରିପାଳିତ ହୁଏ । ଆଚାର୍ଯ୍ୟ ଦେବୋ ଭବଃ, ଅତିଥି ଦେବୋଭବଃ । ଯାନ୍ୟନବ୍ୟାନି କର୍ମାଣି ତାନି ସେବିତନ୍ୟାନିକୁ ଆଧାରକରି ଗଢାଯାଏ ଶିଶୁର ମନ ଓ ଭାବନାକୁ ।

ଆଜିର ଭୌତିକବାୀ ଜଗତରେ ମମତା ବିହୀନ ଅର୍ଥ ଲିପ୍ସୁ ଭାବନା ଓ ପାଶ୍ଚାତ୍ୟ ଜଗତର ଅନ୍ଧାନୁକରଣ ମାନବ ମନରେ ବିଷଭାବ ଉ୍େରକ କରୁଥିବା ବେଳେ ଆଶାକରାଯାଏ ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କ ଉ୍ୟମରେ ଗଢି ଉଠିଥିବା ଏହି ଅନୁଷ୍ଠାନ ଆଗାମୀ ବଂଶଧରକୁ କେତେ ପ୍ରଭାବିତ କରିବ ।

ଶ୍ରୀଗୁରୁଜୀଙ୍କ ଅଭିଷ୍ଟ ପୂରଣ ହେବ ନା କଳ୍ପନା ପୋତ ଭାସି ଚାଲିଥିବ । ବାସ୍ତବରେ ମନେହୁଏ ଶତ ପ୍ରତିଶତ ନହେଲେ ମଧ୍ୟ ସମାଜକୁ ସୁସ୍ଥ ବାତାବରଣରେ ଆଛାିତ କରିବାପାଇଁ ନିଶ୍ଚୟ ସହାୟକ ହେବ ।

ଶିକ୍ଷାନୁଷ୍ଠାନ ଏକ ବେ ମନ୍ଦିର ଅଟେ । ଏଠାରେ ଅଧ୍ୟୟନରତ ବାଳକ ବାଳିକା ବେବେୀ ତୁଲ୍ୟ । ସୁସ୍ଥ ବାତାବରଣ ଓ ପବିତ୍ରାୟିତ ପରିବେଶ, ଶୃଙ୍ଖଳା, ସ୍ୱଚ୍ଛତା ରକ୍ଷା କରି ଯେଉଁ ଅନୁଷ୍ଠାନ ଆଗେଇ ଚାଲେ ତାର ଅଭିଳାଷିତ ପଥରେ କୁସୁମ ବର୍ଷଣ ହୁଏ । ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ଏହିପରି ଅନୁଷ୍ଠାନ ସୃଷ୍ଟିହେଉ ଓ ଭାରତମାତାର ମୁଖ ଉଜ୍ୱଳ ହେଉ ।

ଶେସାରା ସର୍ବଶିକ୍ଷା ଅଭିଯାନ ଚାଲିଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ ବୋଲି ଆମ ଆଗରେ ପ୍ରମାଣ ଜଳଜଳ ହୋଇ ିଶୁଛି । ହଁ, ଅନେକ ସ୍ଥାନରେ ସ୍କୁଲଘର, ପାଇଖାନା ଇତ୍ୟାି ତିଆରି ହୋଇପାରିଛି, କିନ୍ତୁ ଶିକ୍ଷାରେ ଯେଭଳି ଉନ୍ନତି ହେବା କଥା ତାହା ଆୌ ହୋଇପାରିନାହିଁ ।

ଖୋ ସରକାର ଓ ବହୁ ବେସରକାରୀ ସଂଗଠନଙ୍କ ରିପୋର୍ଟ କହୁଛି ଯେ ସରକାରୀ ସ୍କୁଲରେ ପଢ଼ୁଥିବା ଚତୁର୍ଥ ପଂଚମ ଶ୍ରେଣୀର ପିଲାମାନେ ମଧ୍ୟ ମିଶାଣ ଫେଡ଼ାଣ କରିପାରୁନାହାନ୍ତି । ଏପରିକି ନିଜ ନାଁ ବି ଠିକଭାବେ ବହୁ ପିଲା ଲେଖି

ପାରୁନାହାନ୍ତି । ଏଥିରୁ ଆମ ସରକାରୀ ସ୍କୁଲରେ ଶିକ୍ଷାର ମାନ ସହଜେ ଅନୁମେୟ । ଏବେ ମଧ୍ୟ ବହୁ ସ୍କୁଲ ଅସଜଡ଼ା ହୋଇ ପଡ଼ିରହିଛି । କେଉଁଠି ଶହେ ପିଲାକୁ ଜଣେ ଶିକ୍ଷକ ପଢ଼ାଉଛନ୍ତି ତ ଆଉ କେଉଁଠି ପାଂଚଜଣ ପିଲା ପାଇଁ ରହିଛନ୍ତିଦୁଇଜଣ ଶିକ୍ଷକ ।

ଏଭଳି ସ୍ଥିତିରେ ଶିକ୍ଷା ସମସ୍ୟା ସୁଧୁରିବ କେମିତି? ଏଭଳି ଅନିୟମିତତା ହେତୁ ଗ୍ରାମାଂଚଳରେ ବି ସାମାନ୍ୟ ଆର୍ଥିକ ସ୍ୱଚ୍ଛଳତା ହାସଲ କରିଥିବା ଅଭିଭାବକଟିଏ ମଧ୍ୟ ତା’ ପିଲାକୁ ଘରୋଇ ସ୍କୁଲରେ ପଢ଼ାଇବାକୁ ଚେଷ୍ଟା କରୁଛି ବା ଏକ ପ୍ରକାର ବାଧ୍ୟ ହେଉଛି କହିଲେ ଅତୁ୍ୟକ୍ତି ହେବନାହିଁ ।

୨୦୧୧ରେ ଏକ ବେସରକାରୀ ସଂସ୍ଥା ଦ୍ୱାରାକରାଯାଇଥିôବା ସର୍ଭେ ଅନୁସାରେ ସମଗ୍ର ଭାରତରେ ବେସରକାରୀ ବି୍ୟାଳୟରେ ପ୍ରାଥମିକ ଶିକ୍ଷାରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କ ସଂଖ୍ୟା ୨୦୦୬ରେ ୧୮.୭ ପ୍ରତିଶତ ଥିବା ବେଳେ ୨୦୧୧ରେ ଏହା ୨୫.୬ ପ୍ରତିଶତରେ ପହଂଚିଛି । ନିଜର ପିଲାଙ୍କୁ ବେସରକାରୀ ବି୍ୟାଳୟରେ ନାମ ଲେଖାଇବା ପାଇଁ ଅଭିଭାବକ ସମାଜରେ କିପରି ତତ୍ପରତା ପ୍ରକାଶ ପାଇଛି ତାହା ଏ ତଥ୍ୟରୁ ସହଜରେ ଅନୁମେୟ ।

ତେବେ ଆଜିର ଶିକ୍ଷା ବ୍ୟବସ୍ଥାରେ ବେସରକାରୀ ବି୍ୟାଳୟରେ ନାମ ଲେଖାଇବାପାଇଁ ଅଭିଭାବକ ସମାଜରେ କିପରି ତତ୍ପରତା ପ୍ରକାଶ ପାଇଛି ତାହା ଏ ତଥ୍ୟରୁ ସହଜରେ ଅନୁମେୟ । ଗୋଟିଏ ପଟେ ସରକାରୀ ବି୍ୟାଳୟ ଗୁଡ଼ିକରେ ଶିକ୍ଷାର ମାନ ହ୍ରାସ ଓ ଅନ୍ୟ ପଟରେ ବେସରକାରୀ ବି୍ୟାଳୟଗୁଡ଼ିକର ଉଚ୍ଚ ମୂଲ୍ୟର ଫିସ୍ ଗରିବ ଅଭିଭାବକ ସମାଜକୁ ୍ୱନ୍ଦ୍ୱରେ ପକାଇବା ସ୍ୱାଭାବିକ ।

ସରକାରୀ ବି୍ୟାଳୟଗୁଡ଼ିକର ମାନ ବୃଦ୍ଧି କରିବା ଶ୍ରେୟସ୍କର । ଆମ ରାଜ୍ୟରେ ଅନେକ ସରକାରୀ ବି୍ୟାଳୟ ରହିଛି ଯେଉଁଥିରେ କି ଶିକ୍ଷକ ଓ ଶିକ୍ଷାବ୍ୟବସ୍ଥା ଅତ୍ୟନ୍ତ ଉଚ୍ଚକୋଟୀର ।

ତେଣୁ ନିୟମିତ ପର୍ଯ୍ୟବେକ୍ଷଣ କରି ସରକାରୀ ବି୍ୟାଳୟ ଗୁଡ଼ିକର ପାରିପାଶ୍ୱର୍ିର୍କ ଉନ୍ନତି ପାଇଁ ୃଷ୍ଟିେଲେ ଘରୋଇ ଶିକ୍ଷା ଅନୁଷ୍ଟାନ ଠାରୁ ମଧ୍ୟ ସରକାରୀ ବି୍ୟାଳୟ ବେଶ ଭଲ ପାରିର୍ଶିତା ଖୋଇ ପାରିବ ।

ଜଗତୀକରଣ ଅଥନୀତି ଯୋଗୁଁ ରାଷ୍ଟ୍ର ଶିକ୍ଷାନୀତିରୁ ଓହରି ଯାଇଛି । ବର୍ତମାନ କେଉଁଠି ଏହା ନିୟନ୍ତ୍ରଣ ହୋଇପାରିବ । ଶିକ୍ଷକ ମାନଙ୍କୁ ବିଭିନ୍ନ କାମ ିଆ ଯାଉଛି । ଶିକ୍ଷକଙ୍କ ସଂଖ୍ୟା ବହୁତ କମ୍ । ରମା ପାଉ ନାହାଁନ୍ତି ଶିକ୍ଷକମାନେ ।

ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଉଛନ୍ତି ଶିକ୍ଷକ । ପାଠ ପଢାଇବା ପାଇଁ ସେମାନଙ୍କର ସମୟ ନାହିିଁ । ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇଁ ସମସ୍ତ କହୁଛନ୍ତି । ଏହା ହେବ କିପରି ? ଡିଆଇ ଏସ୍ଆଇ ସ୍କୁଲ ଭଲ ଭାବରେ ପରିର୍ଶନ କରୁନାହାଁନ୍ତି । ଯି ଏପରି କରନ୍ତେ, ତାହେଲେ ସରକାରୀ ବି୍ୟାଳୟର ଏପରି ଶା ହୋଇନଥାନ୍ତା ।

ବେସରକାରୀ ସ୍କୁଲରେ ଶିକ୍ଷା ହେଉଛି ଜୀବନ, ସରକାରୀ ସ୍କୁଲରେ ହେଉଛି ଜୀବିକା । ଠିକ୍ କଥାରେ ଶିକ୍ଷକମାନେ ନିଜର ।ବି ହାସଲ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇ ପଡନ୍ତି । ଶିକ୍ଷାାନ ପାଇଁ ସମୟ ମିଳେନି । ଶିକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳା ଯାଉଛି ।

ତେଣୁ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପଡିବ । ସେଥିପାଇଁ କି ଶିକ୍ଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ତ୍ୟାଗ ତପସ୍ୟା ରକାର । ସରକାରୀ ଶିକ୍ଷକ ପରିଶ୍ରମ କଲେ ନିଶ୍ଚୟ ଫଳ ପାଇବେ । ଶିକ୍ଷା ପଦ୍ଧତିର ଆମୁଳଚୂଳ ପରିବର୍ତନ ଆବଶ୍ୟକ ।

ଓଡ଼ିଶା ଡ଼ଟ୍ କମ୍

Exit mobile version