• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସୁନାବେଶ ଦର୍ଶନ

June 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୩୦(ଓଡ଼ିଶା ଡ଼ଟ୍ କମ୍) ପ୍ରାୟ ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ପୁରୀ ବଡ଼ଦାଣ୍ଡରେ ଶନିବାର ଶ୍ରୀଜୀଉ ମାନଙ୍କର ପ୍ରସିଦ୍ଧ ସୁନାବେଶ ଦର୍ଶନ କରିଛନ୍ତି ।

ବର୍ଷା ସତ୍ୱେ ରଥାରୂଢ଼ ମହାପ୍ରଭୁଙ୍କର ସୁନାବେଶ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।

ରଥ ଉପରେ ଶ୍ରୀଜୀଉଙ୍କ ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୫ଟା ୧୫ରେ ସୁନାବେଶ ଆରମ୍ଭ ହୋଇଥିଲା । ପୁଷ୍ପାଳକ, ଖୁଣ୍ଟିଆ, ଇତାପତି, ତଳୁଚ୍ଛ ଓ ଭିତରଚ୍ଛ ସେବାୟତମାନେ ଶ୍ରୀଜୀଉଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ।

ମହଣ ମହଣ ସୁନାରେ ସଜ୍ଜିତ ହୋଇଥିଲେ ତିନି ଠାକୁର । ସ୍ୱର୍ଣ୍ଣ ଅଳଙ୍କାର ଆଭୂଷଣ ଓ ଆୟୂଧ ସହ ବିଭିନ୍ନ ପୁଷ୍ପ ଅଳଙ୍କାରରେ ମଧ୍ୟ ଶ୍ରୀଜୀଉ ମାନଙ୍କୁ ସଜ୍ଜିତ କରାଯାଇଥିଲା ।

ଅଳଙ୍କାର, ଆଭୂଷଣ ଓ ଆୟୂଧରେ ସଜ୍ଜିତ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସନ୍ଧ୍ୟା ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଏହି ବେଶ ଦର୍ଶନ ପାଇଁ ରଥ ଚାରିପଟେ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଥିଲା ।

ସୁରକ୍ଷା ଦୃଷ୍ଟିରୁ ସହରରେ ୧୦୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ରାପିଡ଼ ଆକ୍ସନ ଫୋର୍ସ, ବୋମା ନିଷ୍କ୍ରୀୟକାରୀ ଦଳ, ଡଗ୍ ସ୍କ୍ୱାର୍ଡ, କ୍ୱିକ୍ ରେସପନ୍ସ ଟିମ୍ଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଠାକୁରଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଥିଲା ।

ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ସାଦା ପୋଷାକଧାରୀ ପୋଲିସଙ୍କୁ ମଧ୍ୟ ମୁତୟନ କରାଯାଇଥିଲା । ଏହାସହ ସହରକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ ସ୍ପାଏ କ୍ୟାମେରା ଲଗାଯାଇଥିଲା ।

ବର୍ଷକରେ ପାଞ୍ଚଥର ବିଭିନ୍ନ ସମୟରେ ଶ୍ରୀବିଗ୍ରହ ମାନଙ୍କର ସୁନାବେଶ ହୋଇଥାଏ । ଚାରି ଥର ରତ୍ନ ସିଂହାସନରେ ହେଉଥିବାବେଳେ ଗୋଟିଏ ଥର ରଥ ଉପରେ ଅନୁଷ୍ଠିତ ହୁଏ । ତେବେ ଭକ୍ତଙ୍କ ଭିଡ଼ ସତ୍ୱେ ଶାନ୍ତି ଶୃଙ୍ଖଳାର ସହ ସୁନା ବେଶ ଅନୁଷ୍ଠିତ ହୋଇଥିବା ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପୁରୀ, ସୁନାବେଶ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version