ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ।
ପୋଲିସ ମହାନିର୍ଦ୍ଦେଶକ ଥିବା ମନମୋହନ ପ୍ରହରାଜଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ପ୍ରହରାଜଙ୍କୁ ଅଗ୍ନିଶମ ଓ ଗୃହରକ୍ଷୀ କମାଣ୍ଡେଣ୍ଟ ଭାବେ ଅବସ୍ଥାପିତ କରାଯାଇଛି ।
୧୯୭୭ ବ୍ୟାଚ୍ ଆଇପିଏସ୍ ଅଫିସର ମିଶ୍ର ୨୦୧୦ରୁ କେନ୍ଦ୍ରକୁ ଡେପୁଟେସନ୍ ରେ ଯାଇ ନୂଆଦିଲ୍ଲୀର ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ(ଏନ୍ଡ଼ିଆର୍ଏଫ୍)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ତିନି ଚାରିଦିନ ମଧ୍ୟରେ ସେ କାର୍ଯ୍ୟରେ ଯୋଗ ଦେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
୧୯୫୬ ଫେବୃୟାରୀ ୨୯ରେ ପୁରୀରେ ଜନ୍ମଗ୍ରହଣ କରିଥିବା ମିଶ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସ୍ପି, ଡିଆଇଜି ଓ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍