Site icon Odisha.com

ଶ୍ରମିକଙ୍କ ଆନ୍ଦୋଳନ ଯୋଗୁଁ ଆଇଓସିଏଲରେ କାର୍ଯ୍ୟ ପ୍ରଭାବିତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁଲାଇ ୩(ଓଡ଼ିଶା ଡ଼ଟ୍ କମ୍) ଶ୍ରମିକଙ୍କ ଉପରେ ସିଆଇଏଏଫ୍ ଯବାନଙ୍କ ଗୁଳିମାଡ଼ ପ୍ରତିବାରେ ମଙ୍ଗଳବାର ଶ୍ରମିକ ସଂଗଠନର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତୈଳ ବିଶୋଧନାଗାରରେ କାର୍ଯ୍ୟ ପ୍ରଭାବିତ ହୋଇଛି ।

ଶ୍ରମିକମାନେ ରଙ୍ଗିଆଗଡ଼ ଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ବିଶୋଧନାଗାରକୁ କୌଣସି ଯାନବାହାନ ପ୍ରବେଶ କରିପାରି ନାହିଁ ।

କେନ୍ଦ୍ରାଞ୍ଚଳ ଆଇଜି ଆଜି ଜଗତସିଂହପୁରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବା ବେଳେ ଗୁଳିମାଡ଼ କରିଥିବା ଯବାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ସୋମବାର କେତେକ ଶ୍ରମିକ ବିନା ଗେଟ୍ ପାସ୍ ରେ ବଳପୂର୍ବକ ବିଶୋଧନାଗାରର ଚାରି ନମ୍ବର ଫାଟକ ଦେଇ ଭିତରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ଶିଳ୍ପ ସୁରକ୍ଷା ବାହୀନୀ ଯବାନଙ୍କ ସହ ସେମାନଙ୍କର ବଚସା ହୋଇଥିଲା ।

ଏହି ଘଟଣାକୁ ନେଇ ସୁରକ୍ଷା କର୍ମୀମାନେ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଥିଲା ଏବଂ ଏଥିରେ ଆଠ ଜଣ ଶ୍ରମିକ ଆହତ ହୋଇଥିଲେ । ଆହତ ମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ଏହି ଘଟଣା ନେଇ ଉଭୟ ସିଆଇଏସ୍ଏଫ୍ ଯବାନ ଓ ଶ୍ରମିକଙ୍କ ପକ୍ଷରୁ ବିଜୟଚନ୍ଦ୍ରପୁର ଥାନାଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି । ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version