Site icon Odisha.com

ଡ଼ାକ୍ତର ତିନି ବର୍ଷ ଗ୍ରାମାଞ୍ଚଳରେ କାର୍ଯ୍ୟ କରିବାକୁ ବାଧ୍ୟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୪(ଓଡ଼ିଶା ଡ଼ଟ୍ କମ୍) ସରକାରୀ ମେଡ଼ିକାଲ କଲେଜରୁ ପାସ୍ କରୁଥିବା ଛାତ୍ରଛାତ୍ରୀମାନେ ଏଣିକି ତିନି ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ କେବିକେ ଏବଂ ଅନ୍ୟାନ୍ୟ ପଛୁଆ ଅଞ୍ଚଳରେ କାର୍ଯ୍ୟ କରିବାକୁ ସେମାନଙ୍କ ଠାରୁ ବଣ୍ଡ ସାଇନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି

ସେମାନେ ଯଦି ଦସ୍ତଖତ କରିଥିବା ବଣ୍ଡର ଖିଲାପ କରନ୍ତି ତେବେ ସେମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ସେହିପରି ପିଜି ବା ସୁପର ସ୍ପେସିଆଲିଟି ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ମଧ୍ୟ ବଣ୍ଡ ସାଇନ କରାଯିବ ।

ତେବେ ସେମାନେ ମଧ୍ୟ ଯଦି ଏହାର ଖିଲାପ କରନ୍ତି ପିଜି ପାସଙ୍କୁ ୧୦ ଲକ୍ଷ ଏବଂ ସୁପର ସ୍ପେସିଆଲିଟି ପାସ୍ ଛାତ୍ରଛାତ୍ରୀଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି ।

ଚଳିତ ବର୍ଷ ଭୁବନେଶ୍ୱର ଏମ୍ସରେ ୫୦ ସିଟ୍ ର ଛାତ୍ରଛାତ୍ରୀ ନାମ ଲେଖାଇବେ ଏବଂ ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରୀ ନାମ ଲେଖାଇବା ପାଇଁ ଏମସିଆଇ ଅନୁମୋନ ଦେଇଥିବା ସେ କହିଛନ୍ତି ।

ଚଳିତ ବର୍ଷ ରାଜ୍ୟର ତିନି ଗୋଟି ସରକାରୀ ମେଡିକାଲ କଲେଜରେ ୪୫୦ ସିଟ୍ ରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଏମ୍ସିଆଇ ଅନୁମୋଦନ ମିଳିଛି । ପୂର୍ବରୁ କଟକ ଏସ୍ସିବି ମେଡିକାଲ କଲେଜର ୧୫୦ ସିଟ୍ ପାଇଁ ଅନୁମୋଦନ ମିଳିଥିଲା ।

ତେବେ ଚଳିତ ବର୍ଷ ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ୧୫୦ ଲେଖାଏଁ ସିଟ୍ ଏମ୍ସିଆଇର ଅନୁମୋଦନ ଲାଭ କରିଛି ।

ବର୍ତମାନ ତିନୋଟି ସରକାରୀ ମେଡିକାଲ କଲେଜ ପାଇଁ ୧୫୦ ଲେଖାଏଁ ସିଟ୍ ଅନୁମୋଦନ ଲାଭ କରିଥିବାରୁ ଏହି ସବୁ କଲେଜରେ ସ୍ଥାନ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯିବା ପାଇଁ ଉ୍ୟମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version