• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୋରାପୁଟରେ ନାଲ୍କୋ କରିବ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

July 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ କୋରାପୁଟ ଜିଲ୍ଲାରେ ତିନି ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ଶହେ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବ ।

ନାଲ୍କୋ କର୍ତୃପକ୍ଷ ଆସନ୍ତା ସାତଦିନ ମଧ୍ୟରେ ତାଙ୍କର ସମତ୍ତି ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଛନ୍ତି । ଆସନ୍ତା ୨୦୧୪ ଶିକ୍ଷା ବର୍ଷରୁ ଏହି ମେଡିକାଲ କଲେଜରେ ଛାତ୍ରଛାତ୍ରୀ ନାମ ଲେଖାଇବେ ।

ଉଲ୍ଲେଯୋଗ୍ୟ, ନାଲ୍କୋ ସାମାଜିକ ପ୍ରତିବଦ୍ଧତା ସ୍ୱରୂପ ଆଦିବାସୀ ଅଧ୍ୟୁଷିତ କୋରାପୁଟରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ସରକାର ପ୍ରସ୍ତାବ ଦେଇଥିଲେ ।

ସରକାରଙ୍କ ପ୍ରସ୍ତାବରେ ନାଲ୍କୋ ସହମତି ପ୍ରକାଶ କରିଥିବା ଖୁସିର କଥା । ତୁରନ୍ତ ସେମାନେ ତାଙ୍କର କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶା କରୁଛୁ, ଏକ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଏନ୍ଟିପିସି ସୁନ୍ଦରଗଡ ଠାରେ ପ୍ରତିଷ୍ଠା କରିବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସ୍ଥାନ ନିରୂପଣ ହୋଇ ସାରିଛି । ତେବେ ଏନ୍ଟିପିସି ତରଫରୁ ଏ ନେଇ ଯେଉଁ ସର୍ତ ଆରୋପ କରାଯାଉଛି ତାହା ସରକାରଙ୍କ ଦ୍ୱାରାଗ୍ରହଣୀୟ ନୁହେଁ । ଏଣୁ ସେମାନେ ସେ ବିଷୟରେ ଚିନ୍ତାକରି ତୁରନ୍ତ କାର୍ଯ୍ୟଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି ।

ଏମ୍ସିଏଲ୍ ପକ୍ଷରୁ ତାଳଚେର ଠାରେ ସ୍ଥାପନ କରିବାକୁ ଯାଉଥିବା ମେଡିକାଲ କଲେଜ ପାଇଁ ଜମି ପ୍ରକ୍ରିୟା ତ୍ୱରାନ୍ନିତ କରି ଖୁବ୍ ଶ୍ରୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ । ରାଜ୍ୟରେ ଲାବ୍ରୋଟାରୀ ଟେକ୍ନିସିଆନ ଏବଂ ଅନ୍ୟାନ୍ୟ ଟେକ୍ନିକାଲ ମାନବ ସମ୍ବଳର ଅଭାବ ଯୋଗୁଁ ଏମ୍ସିଏଲ୍କୁ ଏକ ତାଲିମ କେନ୍ଦ୍ର ଖୋଲିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ରାୟଗଡାରେ ମେଡିକାଲ କଲେଜ ଓ ହ୍ସପିଟାଲ ପ୍ରତିଷ୍ଠା କରିବା ପାଇଁ ବାସନ୍ତୀ ଚାରିଟେବୁଲ ଟ୍ରଷ୍ଟ ( ମିଟ୍ସ ଗୃପ୍ ) ଏବଂ ବିଦ୍ୟାଭାରତୀ ଏଜୁକେଶନାଲ ଟ୍ରଷ୍ଟ ( ଗାନ୍ଧୀଗୃପ୍ )ର ପ୍ରସ୍ତାବ ସଂପର୍କରେ ତର୍ଜମା କରାଯାଇ ଯଥା ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ।

ବଲାଙ୍ଗିରରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଡିଏଫ୍ଆଇଡି ବର୍ତମାନ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ଏବଂ ସେମାନେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ନାଲ୍କୋ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version