Site icon Odisha.com

୧୫ରେ ରାଷ୍ଟ୍ରପତି ପ୍ରାର୍ଥୀ ସାଙ୍ଗମା’ଙ୍କ ଓଡ଼ିଶା ଗସ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ପି.ଏ ସାଙ୍ଗମା’ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ତାଙ୍କୁ ସ୍ୱାଗତ କରିବା ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି । ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ପରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହିତ କଥାବାର୍ତା କରିବାର ଯୋଜନା ରହିଛି ।

ଏହିିଦିନ ଦଳର ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ନବୀନ ନିବାସକୁ ଡକାଯାଇଛି । ସାଙ୍ଗମା’ଙ୍କ ପୁଅ କୋନରାଡଙ୍କୁ ଯେଭଳି ସ୍ୱାଗତ କରାଯାଇଥିଲା ତା’ଠାରୁ ଅଧିକ ଆଡମ୍ବରରେ ସ୍ୱାଗତ ପାଇଁ ଯୋଜନା ଚାଲିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ସାଙ୍ଗମା’ଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରଥମେ ଘୋଷଣା କରିଥିଲେ । ପରେ ବିଜେପି ସମେତ ଅନ୍ୟଦଳମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି । ସେହିପରି ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ମଧ୍ୟ ୧୧ରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି

ଓଡ଼ିଶା ଡ଼ଟ୍ କମ୍

Exit mobile version