Site icon Odisha.com

ତଫସିଲଭୁକ୍ତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ କୋଚିଂ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍) ପ୍ରତିବର୍ଷ ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମେଡିକାଲ କୋଚିଂ ଦେବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

କୋଚିଂ ବାବ ସମସ୍ତ ଅର୍ଥ ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ ବହନ କରିବ । ଆଦିବାସୀ ଉପଯୋଜନାକାର୍ଯ୍ୟକାରୀ ହେଉଥିବା ୧୨ଟି ଜିଲ୍ଲାର ବିଭାଗୀୟ ହାଇସ୍କୁଲ ଗୁଡ଼ିକରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କୋଚିଂପାଇଁ ଛାତ୍ରଛାତ୍ରୀ ମନୋନୟନ କରାଯିବ ।

ପ୍ରତିବର୍ଷ ତଫସିଲଭୁକ୍ତ ଜାତିର ୧୪ ଜଣ ଛାତ୍ରୀ ଓ ୧୦ ଜଣ ଛାତ୍ର ଏବଂ ତଫସିଲଭୁକ୍ତ ଜନଜାତିର ୪୬ ଜଣଛାତ୍ରୀ ଓ ୩୦ ଜଣ ଛାତ୍ରଙ୍କୁ ମେଡିକାଲ କୋଚିଂ ପାଇଁ ଚୟନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ଭିତ୍ତିରେ ସେମାନଙ୍କୁ ମନୋନୟନ କରାଯିବ । ଏହାବ୍ୟତୀତ ଯେଉଁ ଛାତ୍ରଛାତ୍ରୀଙ୍କ ପିତାମାତା ସରକାରୀ କର୍ମଚାରୀ ହୋଇନଥିବେ ଏବଂ ଯେଉଁ ମାନଙ୍କ ପିତାମାତାଙ୍କ ବାର୍ଷିକ ଆୟ ଦୁଇ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ସେମାନଙ୍କୁ ଏହି ସୁଯୋଗ ମିଳିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version