Site icon Odisha.com

ଶ୍ରାବଣର ପ୍ରଥମ ସୋମବାରରେ ଶୈବପୀଠରେ କାଉଡିଆଙ୍କ ଭିଡ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୯ (ଓଡିଶା ଡଟ୍ କମ୍) ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଜଳାଭିଷେକ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ ଲାଗିଛି ।

ମାନସିକ ପୂରଣ ଓ ଭକ୍ତିର ଅର୍ଘ୍ୟ ନିବେନ ଲାଗି ବିଭିନ୍ନ ଦେବପୀଠରୁ ରବିବାର ରାତିରୁ ଜଳଧରି ବୋଲ୍ବମ୍ ଭକ୍ତମାନେ ବହୁ ଦୁରଦୁରାନ୍ତରେ ଥିବା ଶୈବପୀଠ ଅଭିମୁଖେ ଯାଉଥିବା ପରିଲକ୍ଷିତ ହୋଇଛି ।

କଟକ ଭୁବନେଶ୍ୱର ଜାତୀୟ ରାଜପଥରେ ବୋଲବମ୍ ଭକ୍ତଙ୍କ ଲମ୍ବାଲାଇନ୍ ଦେଖିବାକୁ ମିଳିଛି । ସମସ୍ତଙ୍କ କାନ୍ଧରେ ରହିଛି ବାଉଁଙ୍ଗୀ ସହ କଳସୀ ଭରା ଜଳ, ହେରେ ଗେରୁଆ ବସ୍ତ୍ର ମୁହଁରେ ଶିବଙ୍କ ଭଜନ ।

କିଏ କଟକର ଗଡଗଡିଆ ଘାଟରୁ ଜଳ ନେଇ ଲିଙ୍ଗରାଜ ମନ୍ଦିରକୁ ଆସୁଥିବାବେଳେ ଆଉ କିଏ ପୁରୀର ଲୋକନାଥ ମନ୍ଦିରକୁ ଯାଉଛି । ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କରାଯାଇ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି ।

ସେହିପରି ପୁରୀର ଲୋକନାଥ, ଭଦ୍ରକର ଆରଡୀ, କଟକର ଧବଳେଶ୍ୱର,ବଲାଙ୍ଗୀରର ହରିଶଙ୍କର ଆଦି ପ୍ରସିଦ୍ଧ ଶୈବପୀଠ ଗୁଡିକରେ ଜଳାଭିଷେକ ପାଇଁ ଭକ୍ତମାନେ ଭିଡ ଜମାଇଛନ୍ତି ।

ଶ୍ରାବଣ ମାସରେ ମହାଦେବଙ୍କ ଜଳାଭିଷେକ କଲେ ମାନସିକ ପୂରଣ ହେବା ସହିତ ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି ବିଶ୍ୱାସ
ରହିଛି । ବୋଲବମ୍ ଯାତ୍ରା ପରେ ମନରେ ଏକ ଅଦ୍ଭୁତ ଶାନ୍ତି ଆସେ ବୋଲି ଭକ୍ତମାନେ କୁହନ୍ତି । ବହୁତ ଦୁର ଚାଲିଲେ ବି ସେମାନଙ୍କ ମନରେ କ୍ଳାନ୍ତି ଆସେନାହିଁ ।

ପୂର୍ବରୁ କେବଳ ପୁରୁଷ ଭକ୍ତମାନେ ବୋଲବମ୍ ଯାତ୍ରା କରୁଥିବା ବେଳେ ଗତକିଛି ବର୍ଷ ଧରି ମହିଳା ଓ ଶିଶୁମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଜଳ ଲାଗି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଜଳ ଲାଗି କରିବା ନିମନ୍ତେ ବ୍ୟାରିକେଡ଼ କରାଯାଇଛି ।

ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଜଳାଭିଷେକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଜଳ ଲାଗି କରିବା ନିମନ୍ତେ ବ୍ୟାରିକେଡ଼ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version