Site icon Odisha.com

ଶିଶୁ ମୃତ୍ୟୁ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୦(ଓଡ଼ିଶା ଡ଼ଟ୍ କମ୍) ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ ସୁଅାଁରିଆ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରର କାନ୍ଥ ଭୁଶୁଡି ୬ ଜଣ ଶିଶୁଙ୍କ ମୃତ ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଦୁଇ ଜଣ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ।

ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏମାନଙ୍କ ନିଲମ୍ବିତ କରାଯାଇଥିବା ବେଳେ ସୁପରଭାଇଜର ଏବଂ ଶିଶୁ ବିକାଶ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜବାବ ତଲବ କରାଯାଇଛି ।

ଘଟଣାର ତଦନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କରିବେ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଥିବା ବେଳେ ଏସଂପର୍କରେ ସଚିବ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସୋମବାର ନୟାଗଡ଼ ଜିଳ୍ଲା ରଣପୁର ଶୁଅାଁସିଆ ସାହି ନେଳିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କାନ୍ଥ ଭୁଶୁଡ଼ି ଛଅ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ସହ ସ୍କୁଲ ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସ୍କୁଲ ଅନୁନିରୀକ୍ଷକଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ତାଲା ପକାଇ ଅଟକ ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version