Site icon Odisha.com

ନିଶାଯୁକ୍ତ ଔଷଧ ଓ ବିଶୋଧନ ସାମଗ୍ରୀ ମହଜୁଦ ରଖିବାକୁ ନିଦେ୍ର୍ଧଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୯(ଓଡ଼ିଶା ଡ଼ଟ୍ କମ୍) ବର୍ଷା ଋତୁରେ ଦେଖାଦେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଶେଷତଃ ହଇଜା , ଡିସେଣ୍ଟ୍ରି, ମ୍ୟାଲେରିଆ ଓ ଡେଙ୍ଗୁ ପରି ରୋଗର ନିରାକରଣ ନିମନ୍ତେ ଔଷଧ ଓ ବିଶୋଧନ ସାମଗ୍ରୀ ମହଜୁଦ ରଖିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି ।

ବନ୍ୟାପ୍ରବଣ ତଥା ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଗଜପତି, ଗଞ୍ଜାମ, ବଲାଙ୍ଗିର, ସୋନପୁର, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ବିଶେଷ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହାବ୍ୟତୀତ ରୋଗ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ବିଦ୍ୟାଳୟ ଓ ଗଣଶିକ୍ଷା, ଖଣି ଓ ଇସ୍ପାତ, ନଗରଉନ୍ନୟନ, ଜଙ୍ଗଲ ଓ ପରିବେଶ ଆଦି ବିଭିନ୍ନ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖି ନିରାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ କୁହାଯାଇଛି ।

ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଜିଲ୍ଲାପାଳମାନେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ତଥା ସମସ୍ତ ଜଳଉତ୍ସ ଗୁଡିକୁ ନିୟମିତ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଦୁଇଟି ଜିଲ୍ଲା ଦାୟିତ୍ୱରେ ଜଣେ ଜଣେ ନୋଡାଲ ଅଫିସରଙ୍କୁ ରଖା ଯାଇଛି । ପ୍ରତ୍ୟେକ ବର୍ଷ ଅଗଷ୍ଟ ପହିଲାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଜନସଚେତନତା ପକ୍ଷ ପାଳନ କରିବାକୁ ସ୍ଥିର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version