Site icon Odisha.com

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ସ୍ୱତନ୍ତ୍ର ଅନୁଦାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୦(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିଛନ୍ତି ।

୨୦୧୨-୧୩ ଆର୍ଥିକ ବର୍ଷରେ ଏହି ଅର୍ଥରେ ରାସ୍ତାଘାଟ ତଥା ଯୋଗାଯୋଗର ବିକାଶ, ଜଳସେଚନ ସୁବିଧାର ପ୍ରସାର, ପିଇବା ପାଣି, ବିଦ୍ୟୁତ କରଣ, ଶିକ୍ଷା ତଥା ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକାରୀ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version