Site icon Odisha.com

କାନ୍ଥ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୦(ଓଡ଼ିଶା ଡ଼ଟ୍ କମ୍) ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ ସୁଅାଁରିଆ ପ୍ରାଥମିକ ବିଦ୍ୟାଳୟ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରର କାନ୍ଥ ଭୁଶୁଡିବା ଘଟଣାରେ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ସାତକୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରଦ୍ୟୁମ୍ନ ପ୍ରଧାନ ନାମକ ଜଣେ ତିନି ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ତେବେ ଏହି ଘଟଣା ପରେ ରାଜ୍ୟରେ ଥିବା ଅସୁରକ୍ଷିତ ଅଙ୍ଗନୱାଡ଼ି କେନ୍ଦ୍ର ସଂପର୍କରେ ଆସନ୍ତା ୧୩ ତାରିଖ ସୁଦ୍ଧା ଜଣାଇବାକୁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୋମବାର ନୟାଗଡ଼ ଜିଳ୍ଲା ରଣପୁର ଶୁଅାଁସିଆ ସାହି ନେଳିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କାନ୍ଥ ଭୁଶୁଡ଼ି ଛଅ ଜଣ ଶିଶୁଙ୍କ ମୃତ୍ୟୁ ହେବା ସହ ଆଠ ଜଣ ଆହତ ହୋଇଥିଲେ ।

ଘଟଣାର ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଊଥିବା ବେଳେ ଏସଂପର୍କରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗତକାଲି କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version