Site icon Odisha.com

୧୭ରୁ ଓଜେଇଇ ମେଡ଼ିକାଲ କାଉନ୍ସେଲିଂ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୨(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୧୭ ତାରିଖରୁ ରାଜ୍ୟରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ମେଡ଼ିକାଲ କାଉନ୍ସେଲିଂ ଆରମ୍ଭ ହେବାକୁ ଥିବା ବେଳେ ଏହିଦିନ ଠାରୁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ କରାଯିବ ।

ଛାତ୍ରଛାତ୍ରୀମାନେ ଅନ୍ଳାଇନ ମାଧ୍ୟମରେ ଚଏସ ଲକିଂ କରିପାରିବେ ଏବଂ ୧୯ରୁ ୨୨ ତାରିଖ ମଧ୍ୟରେ ନୋଡ଼ାଲ ସେଣ୍ଟର ଗୁଡ଼ିକରେ ଡ଼କ୍ୟୁମେଣ୍ଟ ଯାଞ୍ଚ କରାଯିବ ।

ବିଜେବି କଲେଜ, ସିପେଟ୍, ଆଇଆଇଆଇଟି ଓ ସିଇଟିକୁ ସେଣ୍ଟର ଭାବେ ଚୟନ କରାଯାଇଥିବା ବେଳେ ୨୬ରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟ୍ମେଂଟ ଏବଂ ଅଗଷ୍ଟ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ହେବ ।

ତିନୋଟି ସରକାରୀ ମେଡ଼ିକାଲ କଲେଜ ଓଦୁଇଟି ଘରୋଇ ମେଡ଼ିକାଲ କଲେଜ ଏହି କାଉଂସେଲିଂରେ ଭାଗ ନେଉଛନ୍ତି । ଚଳିତ ବର୍ଷ ମେଡ଼ିକାଲ ବିଭାଗରେ ୨ହଜାର ୮୫୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି ।

ସମୁଦାୟ ସିଟ୍ ର ୮୫ ପ୍ରତିଶତ ଜେଇଇ କାଉନ୍ସେଲିଂରୁ ଏବଂ ୧୫ ପ୍ରତିଶତ ଏଆଇପିଏମ୍ଟିରୁ ପୂରଣ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version