Site icon Odisha.com

ବଲାଙ୍ଗୀର: ବ୍ଲକ ଅଧ୍ୟକ୍ଷଙ୍କ ପୁଅଙ୍କୁ ମାଓବାଦୀଙ୍କ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଜୁଲାଇ ୧୧(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷଙ୍କ ପୁତ୍ରଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ପୋଲିସ ବୁଧବାର କହିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ୨୫ ଜଣ ମାଓବାଦୀ ଅଧ୍ୟକ୍ଷ ଗଣେଶ ଭୋଇଙ୍କ ସାନଗୁଞ୍ଜିଭଟା ସ୍ଥିତ ଘରକୁ ଯାଇ ତାଙ୍କ ପୁଅ ଶଶୀ ଭୋଇଙ୍କୁ ଖୋଜିଥିଲେ ।

ପରିବାର ଲୋକେ ସେ ଘରେ ନଥିବା କହିବାରୁ ମାଓବାଦୀମାନେ ଫେରିଆଯାଇଥିଲେ କିନ୍ତୁ କିଛି ସମୟ ପରେ ପୁଣି ସେମାନେ ଆସି ଶଶୀଙ୍କୁ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରି ତାଙ୍କୁ ହତ୍ୟା କରିଥିଲେ ।

ଶଶୀ ଠିକାଦାର ଭାବରେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ବେଳେ ପୂର୍ବରୁ ମାଓବାଦୀମାନେ ଗଣେଶଙ୍କୁ ଧମକ ଦେଇଥିଲେ ବୋଲି ପୋଲିସ କହିଛି । ତେବେ ହତ୍ୟାର କାରଣ ଜଣାପଡ଼ିନଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version