• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଷ୍ଟ୍ରପତି ଭବନ ଅଳିଆଗଦା ନୁହେଁ: ପ୍ରଣବ

July 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୧(ଓଡ଼ିଶା ଡ଼ଟ୍ କମ୍) ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ “ରାଷ୍ଟ୍ରପତି ଭବନ ଏକ ଅଳିଆଗଦା ନୁହଁ” ବୋଲି ଅନ୍ୟତମ ପ୍ରାର୍ଥୀ ପି.ଏ ସାଙ୍ଗମାଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମକୁ କହିଛନ୍ତି ।

ଅର୍ଥମନ୍ତ୍ରୀ ଭାବେ ବିଫଳ ହୋଇଥିବା ପ୍ରଣବଙ୍କୁ କଂଗ୍ରେସ ରାଷ୍ଟ୍ରପତି ଭବନକୁ ଫିଙ୍ଗିଦେଉଛି ବୋଲି ମଙ୍ଗଳବାର ସାମଙ୍ଗା ମନ୍ତବ୍ୟ ଦେଇଥିଲେ । ଭବିଷ୍ୟତ ନିଶ୍ଚୟ ଏହାର ବିଚାର କରିବ ବୋଲି ପ୍ରଣବ କହିଛନ୍ତି ।

ରାଷ୍ଟ୍ରପତି ଭବନ ଏକ ଅଳିଆଗଦା ନୁହେଁ ଏବଂ ଏପ୍ରକାରର ଶବ୍ଦ ବ୍ୟବହାର କରାଯିବା ଉଚିତ୍ ନୁହେଁ” ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଥିବା ବେଳେ ତିନୋଟି ରାଜ୍ୟକୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

କେଉଁ ରାଜ୍ୟକୁ କେତେ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି ତାହା ସମସ୍ତଙ୍କୁ ଜଣାଅଛି । ଏହି ତଥ୍ୟ କେହି ଲୁଚାଇ ଦେଇନାହାଁନ୍ତି । କିନ୍ତୁ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି ଅଭିଯୋଗ ସମୀଚିନ ନୁହେଁ ବୋଲି ସେ କହିଛନ୍ତି ।

ଦୀର୍ଘ ୩୯ ବର୍ଷର ରାଜନୈତିକ ଜୀବନ ପରେ ସେ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତି୍ୱନ୍ଦ୍ୱିତା କରୁଛନ୍ତି । ପ୍ରତି୍ୱନ୍ଦ୍ୱିତା କରିବା ପୂର୍ବରୁ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ବିଭିନ୍ନ ସରକାରୀ ପଦବୀରୁ ମଧ୍ୟ ଅନ୍ତର ହୋଇଛି, ସେ କହିଛନ୍ତି ।

ବର୍ତମାନ ମୁଁ ଜଣେ ସାଧାରଣ ମଣିଷ । ସବୁ କିଛି କହିବାର ଅଧିକାର ମୋର ରହିଛି । ୟୁପିଏର ଅଂଶୀଦାର ଦଳ ସମେତ ଅନ୍ୟ ଦଳ ଗୁଡ଼ିକ ମତେ ସମର୍ଥନ କରୁଛନ୍ତି ଏବଂ ତୃଣମୂଳ କଂଗ୍ରେସ ସମର୍ଥନ କରିବା ନେଇ ବିଚାର କରୁଛି । ନିର୍ବାଚନର ଦୁଇ ତିନିଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ନିଷ୍ପତି ନେବ ବୋଲି ସେ କହିଛନ୍ତି ।

ପ୍ରଣବ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ସ୍ୱଗତ କରିଥିଲେ ।

ବିମାନବନ୍ଦରରୁ ପ୍ରଣବ କଂଗ୍ରେସ ଭବନକୁ ଯାଇଥିଲେ । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଆଦିବାସୀ ଯୁବକ ଯୁବତୀମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । କଂଗ୍ରେସ ଭବନ ଠାରେ ସେ ଦଳର ବିଧାୟକ ଓ ସାଂସଦ ମାନଙ୍କ ସହ ଆଲୋଚନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଣବ, ରାଷ୍ଟ୍ରପତି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version