Site icon Odisha.com

କେବିକେ ଅନୁଦାନ ୨୫୦ କୋଟି ଟଙ୍କାକୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ୧୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ରାଜ୍ୟର କେବିକେ ଅଞ୍ଚଳ ପାଇଁ କାର୍ଯ୍ୟକାରୀ କରାଯାଉଥିବା ସଂଶୋଧିତ ଦୀର୍ଘମିଆଦୀ ଯୋଜନା(ଆର୍ଏଲ୍ଟିଏପି)ରେ ବାର୍ଷିକ ଅନୁଦାନ ୨୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଗତ ମଇ ମାସରେ ରାଜ୍ୟ ବାର୍ଷିକ ଯୋଜନା ଚୂଡ଼ାନ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା କମିଶନଙ୍କ ନିକଟରେ ଏହି ଅନୁଦାନ ବୃଦ୍ଧି ପାଇଁ ଦାବି କରିଥିଲେ ।

ବର୍ଦ୍ଧିତ ଅନୁଦାନ ଭିତ୍ତିରେ କେବିକେ ଅଂଚଳ ପାଇଁ ସଂଶୋଧିତ ଯୋଜନା ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୦୦୭-୦୮ରେ କେନ୍ଦ୍ର ସରକାର କେବିକେ ଯୋଜନା ପାଇଁ ଅନୁଦାନ ରାଶି ୨୫୦ କୋଟିରୁ ୧୩୦ କୋଟି ଟଙ୍କାକୁ ହ୍ରାସ କରିଥିଲେ । ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବିଜୁ କେବିକେ ଯୋଜନା ଆରମ୍ଭ କରି ବାର୍ଷିକ ୧୨୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version