Site icon Odisha.com

ଆମେରିକାରେ ଓଡ଼ିଆ ଆଲ୍ବମ୍ ଉନ୍ମୋଚିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୨(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାରେ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ଦୁଇଟି ଓଡ଼ିଆ ଆଲ୍ବମ୍ ଉନ୍ମୋଚିତ ହୋଇଛି ।

ଗତ ୭ ତାରିଖରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ୪୩ ତମ ଅଧିବେଶନ ଅବସରରେ “ରେଡ଼ିଓ ଡ଼େ’ଜ୍ ଏବଂ ରୁବାଇ” ମୁ୍ୟଜିକ୍ ଆଲ୍ବମ୍ ଉନ୍ମୋଚିତ ହୋଇଯାଇଛି ।

ଏହି ଉତ୍ସବରେ ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ସଭାପତି ଅନ୍ନପୂର୍ଣ୍ଣା ପାଣ୍ଡେ, ପୂର୍ବତନ ସଭାପତି ପ୍ରତାପ ଦାସ, ଲଲାଟେନ୍ଦୁ ମାନସିଂହ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ଆଲ୍ବମ୍ ର ଗୀତିକାର ବୋସ ଛୋଟରାୟ ଉତ୍ସବରେ ଉପସ୍ଥିତ ରହି ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଷାଠିଏ ଦଶକରେ ବେଦବାସ ଛୋଟରାୟ ଓ ଅକ୍ଷୟ ମହାନ୍ତିଙ୍କ ଦ୍ୱାରାସୃଷ୍ଟି ହୋଇଥିବା ରେଡ଼ିଓ ଗୀତ ଗୁଡ଼ିକୁ ନେଇ ରେଡ଼ିଓ ଡ଼େ’ଜ୍ ଆଲ୍ବମ୍ ପ୍ରସ୍ତୁତ କରାଯାଇଛି ।ଦୁଇଟି ସିଡ଼ିରେ ସମୁଦାୟ ୧୮ଟି ଗୀତ ରହିଛି ।

ସେହିପରି ‘ରୁବାଇ’ରେ ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ର ଓ ବୋସ ଛୋଟରାୟଙ୍କ ବର୍ଣ୍ଣନା ରହିଥିବା ବେଳେ ସୁସ୍ମିତା ଦାସ କଣ୍ଠଦାନ ଏବଂ ଓମ୍ ପ୍ରକାଶ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version