Site icon Odisha.com

ମାଲକାନଗିରି: ଦୁର୍ଦ୍ଧାନ୍ତ ମାଓବାଦୀର ଆତ୍ମସମର୍ପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି,ଜୁଲାଇ ୧୨(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଗୁରୁବାର ପୋଲିସ ନିକଟରେ ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛି ।

ରାଜ୍ୟବାହାର କ୍ୟାଡରଙ୍କ ଅତ୍ୟାଚାରରେ ଅତିଷ୍ଠ’ ହୋଇ ଆତ୍ମ ସମର୍ପଣ କରିଥିବା ପୋଲିସକୁ କହିଛି । ୩୦ ବର୍ଷ ବୟସ୍କ ବେଦ ପଡିଆମି ଗତ ତିନିବର୍ଷ ହେଲା କାଲିମେଳା-ମୋଟୁ ଳମ୍ ରେ କମାଣ୍ଡର ଭାବେ କାମ କରୁଥିଲା ।

ଜିଲ୍ଲା ପୋଲିସ ମୁଖ୍ୟ ଅନିରୁଦ୍ଧ ସିଂହଙ୍କ ନିକଟରେ ସେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲହେବାକୁ ସ୍ଥିର କରିଥିବା କହିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଥଇଥାନ ପାଇଁ ସରକାରକରିଥିବା ଘୋଷଣା ଅନୁସାରେ ତାକୁ ସହାୟତା ପ୍ରାଦାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version