Site icon Odisha.com

କେନ୍ଦୁପତ୍ର ବନ୍ଧାଳୀଙ୍କୁ ମଶାରୀ, ଲଣ୍ଠନ ଦେବା ପାଇଁ ନିଷ୍ପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ କେନ୍ଦୁପତ୍ର ବନ୍ଧାଳୀଙ୍କୁ ଚଳିତ ବର୍ଷ ମଶାରୀ, ଲଣ୍ଠନ ଏବଂ କମ୍ବଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।

ଏହାଦ୍ୱାରା୧୮ ହଜାର ଗରିବ ପରିବାର ଉପକୃତ ହେବେ । ଏହି ସମସ୍ତ ସାମଗ୍ରୀ କ୍ରୟ କରି ସଂପୃକ୍ତ ଅଂଚଳର ଲୋକପ୍ରତିନିଧି ବିଡ଼ିଓ ଏବଂ ତହସିଲାରଙ୍କ ଉପସ୍ଥିତିରେ କେନ୍ଦୁପତ୍ର ବନ୍ଧାଳୀ ମାନଙ୍କୁ ବଣ୍ଟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version