Site icon Odisha.com

ହ୍ୱିଲର ଦ୍ଵୀପରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ଜୁଲାଇ ୧୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲର ଦ୍ଵୀପରୁ ଶୁକ୍ରବାର ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ ସକାଳ ୧୦ଟା ୯ରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ସାତଶହ କିଲୋମିଟର ଲକ୍ଷ୍ୟଭେଦ କରିବାର ଏହାର କ୍ଷମତା ରହିଛି ।

୧୫ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ଉଭୟ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ । ପରୀକ୍ଷଣ ସମୟରେ ସ୍ଥଳସେନା ଓ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version