• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆଇପିଏସ୍ ସ୍ତରରେ ବ୍ୟାପକ ଅଦଳବଦଳ

July 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶୁକ୍ରବାର ବରିଷ୍ଠ ଆଇପିଏସ୍ ଅଫିସର ସ୍ତରରେ ବ୍ୟାପକ ଅଦଳବଦଳ କରିଥିବା ବେଳେ ଏଥିରେ ୧୪ଟି ଜିଲ୍ଲାର ଏସ୍ପିଙ୍କ ସମେତ ମୋଟ୍ ୩୨ ଜଣଙ୍କ ବଦଳି କରାଯାଇଛି ।

ଅତିରିକ୍ତ ଡ଼ିଜି ପର୍ସନେଲ ଅଭୟଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ, ଫରେନ୍ସିକ୍ ଲାବୋରେଟାରୀ ଅତିରିକ୍ତ ଡ଼ିଜି ଏସ୍.ଏସ୍ ହାଁସଦାଙ୍କୁ ଅତିରିକ୍ତ ଡ଼ିଜି ଜେଲ୍, କ୍ରାଇମ ରେକର୍ଡ଼ ବ୍ୟୁରୋ ନିର୍ଦ୍ଦେଶକ ଏମ୍.ଅକ୍ଷୟଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ଼ ଆଇଜି, ଜେଲ୍ ଆଇଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଆଇଜି କ୍ରାଇମ୍ ଭାବେ ଅବସ୍ଥାପିତ କରାଯାଇଛି ।

ଆଇଜି ରେଳବାଇ ଏସ୍.ଏମ୍.ନରବାଣେଙ୍କୁ ଫରେନ୍ସିକ୍ ଲାବୋରେଟାରୀ ଓ କ୍ରାଇମ ରେକର୍ଡ଼ ବ୍ୟୁରୋର ନିର୍ଦ୍ଦେଶକ, ଅଗ୍ନିସେବା ଆଇଜି ମହେନ୍ଦ୍ର ପ୍ରତାପଙ୍କୁ ଆଇଜି ରେଳବାଇ, ଆଇଜି ପର୍ସନେଲ ଜୟଦୀପ ନାୟକଙ୍କୁ ଆଇଜି ସ୍ୱତନ୍ତ୍ର ପୋଲିସ ସଶସ୍ତ୍ର ବାହିନୀ, ଆଇଜି କ୍ରାଇମ ସୁଶାନ୍ତ ନାଥଙ୍କୁ ଆଇଜି ପ୍ରୋଭିଜନିଂ, ଆଇଜି ସମ୍ବଲପୁର ଆର୍ପି.କୋଚେଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି ।

ସେହିପରି ପୋଲିସ ମୁଖ୍ୟାଳୟ ଡ଼ିଆଇଜି ସଂଜୀବ ପଣ୍ଡାଙ୍କୁ ଡ଼ିଆଇଜି ପର୍ସନେଲ, ଅତିରିକ୍ତ ପୋଲିସ କମିଶନର ରୀତୁ ଆରୋରାଙ୍କୁ ଡ଼ିଆଇଜି ଆଧୁନିକୀକରଣ, ଉତ୍ତରାଞ୍ଚଳ ଡ଼ିଆଇଜି ସନ୍ତୋଷ ବାଲାଙ୍କୁ ଅତରିକ୍ତ ପୋଲିସ କମିଶନର, ଡ଼ିଆଇଜି ପର୍ସନେଲ ପିଏସ୍ ରଣପିସେଙ୍କୁ ତାଳଚେର ରେଞ୍ଜ ଡ଼ିଆଇଜି, ବାଲେଶ୍ୱର ଡ଼ିଆଇଜି ସଂଜୟ କୁମାରଙ୍କୁ ସମ୍ବଲପୁର ଡ଼ିଆଇଜି ଭାବେ ନିଯୁକ୍ତ କରାଯାଇଛି ।

କମାଣ୍ଡେଣ୍ଟ ସେକେଣ୍ଡ ଆଇଆର୍ ବାଟାଲିୟନ ୟାଲ ଗଙ୍ଗୱାରଙ୍କୁ ଢେଙ୍କାନାଳ ଓଏସ୍ଏପି ବାଟାଲିୟନ୍ କମାଣ୍ଡେଣ୍ଟ, ପ୍ରତୀକ ମହାନ୍ତି ଏସ୍ପି ବ୍ରହ୍ମପୁର, ମୟୁରଭଞ୍ଜ ଏସ୍ପି ସୂର୍ଯ୍ୟ ଥଙ୍କପାନ୍ ଏସ୍ପି ଭିଜିଲାନ୍ସ, କେନ୍ଦ୍ରାପଡ଼ା ଏସ୍ପି ନରସିଂହ ଭୋଳ ଏସ୍ପି ଏସ୍ପି ଅନୁଗୁଳ, ଢେଙ୍କାନାଳ ଏସ୍ପି ଏସ୍. ଗଜଭିୟେ ଓଏସ୍ଏପି ପଞ୍ଚମ ବାଟାଲିୟନ୍ କମାଣ୍ଡେଣ୍ଟ,
ବରଗଡ଼ ଏସ୍ପି କବିତା ଜାଲାନ ଏସ୍ପି ମୟୁରଭଞ୍ଜ ।

ଏସ୍ପି ବ୍ରହ୍ମପୁର ଏସ୍.ଅହମ୍ମଦଙ୍କୁ ଏସ୍ପି କଳାହାଣ୍ଡି, କେନ୍ଦୁଝର ଏସ୍ପି ଆଶିଷ ସିଂ ଏସ୍ପି ଗଞ୍ଜାମ, ଅନୁଗୁଳ ଏସ୍ପି ସତ୍ୟବ୍ରତ ଭୋଇ ଏସ୍ପି ଜଗତସିଂହପୁର, ରାୟଗଡ଼ା ଏସ୍ପି ଅନୂପ କ୍ରିଷ୍ଣା ବରଗଡ଼ ଏସ୍ପି, ମାଲକାନଗିରି ଏସ୍ପି ଅନିରୁଦ୍ଧ ସିଂ କେନ୍ଦୁଝର ଏସ୍ପି, ଗଞ୍ଜାମ ଏସ୍ପି ରାଜେଶ ପଣ୍ଡିତଙ୍କୁ ରାୟଗଡ଼ା ଏସ୍ପି, କଳାହାଣ୍ଡି ଏସ୍ପି ସୁଧା ସିଂଙ୍କୁ ଭିଜିଲାନ୍ସ ଏସ୍ପି ।

ଗଜପତି ଏସ୍ପି ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଏସ୍ପି, ଏସ୍ ଡ଼ିପିଓ ବଡ଼ବିଲ ସି.ଏସ୍.ମୀନାଙ୍କୁ ଗଜପତି ଏସ୍ପି, ଏସ୍ ଡ଼ିପିଓ ମାଲକାନଗିରି ଅଖିଳେଶ୍ୱର ସିଂଙ୍କୁ ମାଲକାନଗିରି ଏସ୍ପି, ଏସ୍ଡ଼ିପିଓ ବାଲିଗୁଡ଼ା ବ୍ରଜେଶ ରାରଙ୍କୁ ଏସ୍ପି ନବରଙ୍ଗପୁର ଏବଂ ନବରଙ୍ଗପୁର ଏସ୍ ପି ନୀତି ଶେଖରଙ୍କୁ ସୋନପୁର ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଦଳବଦଳ, ଆଇପିଏସ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version