Site icon Odisha.com

ଓଟିଡ଼ିସି, ଓଏସ୍ଆଇସି, ଟିଏଏମ୍ଡ଼ିଏ ଅଧ୍ୟକ୍ଷ ବହିଷ୍କୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୪(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଓଟିଡ଼ିସି, ଓଏସ୍ଆଇସି ଓ ଟିଏଏମ୍ଡ଼ିଏର ଅଧ୍ୟକ୍ଷଙ୍କୁ ନିଜ ପରୁ ବହିଷ୍କାର କରିଛନ୍ତି ।

ଓଡ଼ିଶା ପର୍ଯ୍ୟଟନ ନିଗମ(ଓଟିଡ଼ିସି) ଅଧ୍ୟକ୍ଷ ଡ଼. ଜ୍ୟେତିଷ୍କର ମହାପାତ୍ରଙ୍କୁ ବହିଷ୍କାର କରିଥିବା ବେଳେ ତାଙ୍କ ସ୍ଥାନରେ ପର୍ଯ୍ୟଟନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍ଆଇସି) ଅଧ୍ୟକ୍ଷ ପରୁ ଡ଼.ଶରତଚନ୍ଦ୍ର ମିଶ୍ରଙ୍କୁ ବହିଷ୍କାର କରିଥିବା ବେଳେ ତାଙ୍କ ସ୍ଥାନରେ ଏମ୍ଏସ୍ଏମ୍ଇ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ତାଳଚେର ଅନୁଗୁଳ ମେରାମୁଣ୍ଡଳି ଉନ୍ନୟନ କର୍ତୃପକ୍ଷ(ଟିଏଏମ୍ଡ଼ିଏ) ଅଧ୍ୟକ୍ଷ ପଦରୁ ପ୍ରଫୁଲ୍ଲ ପଣ୍ଡାଙ୍କୁ ବହିଷ୍କାର କରାଯାଇଥିବା ବେଳେ ଅନୁଗୁଳ ଜିଲ୍ଲାପାଳଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ଏବଂ ଡ଼.ଶରତ ସାହୁଙ୍କୁ ଯୋଜନା ବୋର୍ଡ଼ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version