Site icon Odisha.com

ଟ୍ରାକ୍ଟର ଓଲଟି ୩ ମହିଳା ଶ୍ରମିକଙ୍କ ମୃତ୍ୟୁ, ୭ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଜୁଲାଇ ୧୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଗଳା ଡ୍ୟାମ୍ ରେଲୱେ ଓଭରବ୍ରିଜ୍ ନିକଟରେ ଶନିବାର ଟ୍ରାକ୍ଟର ଓଲଟି ୩ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହେବା ସହ ୭ଜଣ ଗୁରୁତର ଆହତ ହୋଇଛନ୍ତି ।

ଉକ୍ତ ଟ୍ରାକ୍ଟରଟି ଗଡୁଆଟୋପା ଗ୍ରାମରୁ ୧୦ ଜଣ ମହିଳା ଶ୍ରମିକଙ୍କୁ ନେଇ ଆସୁଥିବାବେଳେ ଜଗଳା ଡ୍ୟାମ୍ ରେଲୱେ ଓଭରବ୍ରିଜ୍ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଡ଼ମ୍ପରଏହାକୁ ଧକ୍କା ଦେବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା ।

ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ବିନତି ମୁଣ୍ଡା, ଟୁରି ମୁଣ୍ଡା ଓ ଶନିବାରି ମୁଣ୍ଡା । ଦୁର୍ଘଟଣାରେ ଆହତ ହୋଇଥିବା ମହିଳାମାନେ ହେଲେ କେତେ ମୁଣ୍ଡା, ସାନିକା ମୁଣ୍ଡା, ସମୋବାରୀ ମୁଣ୍ଡା, ମିଜାରି ମୁଣ୍ଡା, ମଞ୍ଜୁ ମୁଣ୍ଡା, ସାପାନି ମୁଣ୍ଡା ଓ ବାସନ୍ତି ମୁଣ୍ଡ ।

ଆହତ ମହିଳାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version