• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚେସ୍ ଚାମ୍ପିୟନସିପ୍ ନିମନ୍ତେ ଖେଳାଳୀଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ

July 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ଜୁଲାଇ ୧୫(ଓଡ଼ିଶା ଡ଼ଟ୍ କମ୍) ଗ୍ରୀସ ଠାରେ ହେବାକୁ ଥିବା ବିଶ୍ୱ ଚେସ୍ ଚାମ୍ପିୟନସିପ୍ ରେ ଯୋଗ ଦେବା ନିମନ୍ତେ ଜଗତସିଂହପୁର ଜିଲ୍ଲାର ଜଣେ ଖେଳାଳୀଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ।

ଅଗଷ୍ଟ ୧ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନସିପ୍ ରେ ଅଂଶଗ୍ରହଣ କରିବା ନିମନ୍ତେ ପାଣ୍ଠି ସଂଗ୍ରହ ପାଇଁ ନୂଆଗାଁ ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମର୧୮ ବର୍ଷ ବୟସ୍କ ବୋଶିଷ ଦାସ ସହାୟତା ପାଇଁ ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଆୟୋଜକ ମିଳୁନଥିବାରୁ ତାଙ୍କର ଗସ୍ତ ପାଇଁ ପାଣ୍ଠି ଯୋଗାଡ଼ରେ ଅସୁବିଧା ହେଉଛି ବୋଲି ଓଡ଼ିଶା ଚେସ୍ ସଂଘର ସଂପାକ ମନୋଜ କୁମାର ପାଣିଗ୍ରାହୀ କହିଛନ୍ତି ।

ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ତାଙ୍କୁ ସହାୟତା ପ୍ରଦାନ ପାଇଁ ସରକାର ମନା କରିେଇଥିବା ବେଳେ ଏଥିପାଇଁ ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ସେ କହିଛନ୍ତି । ଦେବାଶିଷଙ୍କୁ ସାହାଯ୍ୟ କରିବା ପାଇଁ ଆୟୋଜକ ମିଳୁନଥିବାରୁ ଆବଶ୍ୟକୀୟ ପାଣ୍ଠି ଆମ ପାଖରେ ନାହିଁ, ସେ କହିଛନ୍ତି ।

ଦେବାଶିଷ ପୂର୍ବରୁ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଚେସ୍ ଚାମ୍ପିୟନସିପ୍ ରେ ଅଂଶ ଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଗତ ବର୍ଷ ସେ ଫିଲିପାଇନ୍ସରେ ହୋଇଥିବା ଏସିଆନ୍ ୧୮ ବର୍ଷରୁ କମ୍ ଚେସ୍ ଚାମ୍ପିୟନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସେହିପରି ୨୦୦୮ରେ ତେହେରାନ୍ ଠାରେ ହୋଇଥିବା ୟୁଥ ଚମ୍ପିୟାନସିପ୍ ରେ ବ୍ରୋଞ୍ଜ ପଦକ, ୨୦୧୦ରେ ବେଜିଂ ଚାମ୍ପିୟନସିପ୍ ରେ ସ୍ଵର୍ଣ୍ଣ ପଦକ, ୨୦୦୯ରେ ନୂଆଦିଲ୍ଲୀରେ ଆୟୋଜିତ ୟୁଥ୍ ଚାମ୍ପିୟନସିପ୍ ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

“ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କୌଣସି ଆୟୋଜକ ତାଙ୍କୁ ସହାୟତା ପ୍ରଦାନ କଲେ ସେ ଗ୍ରୀସ ଚାମ୍ପିୟନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିପାରିବେ ବୋଲି ମୋର ଆଶା” ପାଣିଗ୍ରାହୀ କହିଛନ୍ତି ।

ଜଣେ ଖେଳାଳୀ ଭାବରେ ପଦକ ପାଇବା ପାଇଁ ମୁଁ ଦେଖିଥିବା ସ୍ୱପ୍ନ ଅର୍ଥ ଅଭାବରୁ ମଉଳି ଯାଇଛି ବୋଲି ଦେବାଶିଷ କହିଛନ୍ତି । ଦେଶ ପାଇଁ ଖେଳି ପଦକ ଆଣିବାକୁ ଆଶା ରଖିଥିବା ଦେବାଶିଷ ବର୍ତମାନ ଅର୍ଥ ଅଭାବର ସମ୍ମୁଖିନ ହୋଇଛନ୍ତି ।

“ପଶୁ ଚିକିତ୍ସା ବିଭାଗରେ ଜଣେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାମ କରୁଥିବା ବେଳେ ଜିପିଏଫ୍ ଏବଂ ଅନ୍ୟ ସଂଚୟ ଟଙ୍କା ତା’ର ବିଭିନ୍ନ ପ୍ରତିଯୋଗିତା ପାଇଁ ଖର୍ଚ୍ଚ ହୋଇସାରିଛି ତେଣୁ ଏହି ପ୍ରତିଯୋଗିତା ପାଇଁ ପୁଣି ଦୁଇ ଲକ୍ଷ ଟଙ୍କା ଯୋଗାଡ଼ କରିବା ମୋ ପକ୍ଷେ ଅସମ୍ଭବ” ବୋଶିଷଙ୍କ ବାପା ଦୀଲିପ ଦାସ କହିଛନ୍ତି ।

ପୁଅ ଗ୍ରୀସ ଚାମ୍ପିୟନସିପ୍ ପାଇଁ ମନୋନୀତ ହୋଇଥିବା ଜାଣି ବହୁତ ଖୁସି ହୋଇଥିଲି କିନ୍ତୁ ତା’ର ଗସ୍ତ ପାଇଁ ମୁଁ କିମ୍ବା ଗ୍ରାମବାସୀ ଆବଶ୍ୟକୀୟ ଅର୍ଥ ଯୋଗାଡ଼ କରିନପାରିବାରୁ ବହୁତ ଦୁଃଖ ଲାଗୁଛି, ସେ କହିଛନ୍ତି । ତା’ର ଗସ୍ତ ପାଇଁ ବିଧାୟକ ବିଷ୍ଣୁ ଦାସ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି କିନ୍ତୁ ଆହୁରି ଅଧିକ ଟଙ୍କା ଆବଶ୍ୟକ ବୋଲି ସେ କହିଛନ୍ତି ।

ଦେବାଶିଷ ବର୍ତମାନ କଣ୍ଟାପଡ଼ା କଲେଜରେ ଯୁକ୍ତଦୁଇରେ ପଢୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଚେସ୍ ଚାମ୍ପିୟନସିପ୍, ଜଗତସିଂହପୁର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version