Site icon Odisha.com

ବ୍ରହ୍ମପୁର: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଜୁଲାଇ ୧୬(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବିନାଲ ଗ୍ରାମର ଜଣେ ମହିଳା ମାଓବାଦୀ ଗଞ୍ଜାମ ପୋଲିସ ନିକଟରେ ସୋମବାର ଆତ୍ମସମର୍ପଣ କରିଛି ।

୨୦୦୯ରେ ସିପିଆଇ ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ସବିତା ମଲ୍ଲିକ ଏସ୍ପିଙ୍କ ନିକଟରେ ଆତ୍ମସର୍ମପଣ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସଂପୃକ୍ତ ମାଓବାଦୀ ମାଓକ୍ୟାମ୍ପରେ ଖାଦ୍ୟ ପ୍ରସ୍ତୁତି କରିବା ସହ ଅନ୍ୟାନ୍ୟ କାମ କରୁଥିବା ପୋଲିସ କହିଛି । ଜଣେ ସିଆର୍ ପିଏଫ୍ ଯବାନଙ୍କ ହତ୍ୟା ଘଟଣାରେ ସେ ସଂପୃକ୍ତ ଥିବା ପୋଲିସ କହିଛି ।

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଥିବା ସେ ପୋଲିସ ନିକଟରେ କହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version