• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ

July 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୭(ଓଡ଼ିଶା ଡ଼ଟ୍ କମ୍) ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ଓ ଜାତିର ପୂଜ୍ୟ ଏବଂ ସେମାନଙ୍କ ତ୍ୟାଗ,ବଳିଦାନ ଆଗରେ ଦେଶ କୃତଜ୍ଞ ତେଣୁ ସେମାନଙ୍କୁ ସମ୍ମାନର ସହ ମୁକ୍ତ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶକୁ ସ୍ୱାଧୀନ କରିବା ପାଇଁ ସେମାନେ ଜୀବନର ସବୁକିଛି ହରାଇଛନ୍ତି । ଏବେ ବାର୍ଦ୍ଧକ୍ୟରେ ସେମାନଙ୍କୁ ଚିକିତ୍ସା ସୁବିଧା ଓ ସମ୍ମାନ ପ୍ରଦର୍ଶନରେ କୌଣସି ପ୍ରକାର ଅବହେଳାକୁ ବରାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି ।

ପୂଜ୍ୟ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନର ସହିତ ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଏହାକୁ ବହୁ ସ୍ଥାନରେ ପାଳନ କରାଯାଉନଥିବା ଅଭିଯୋଗ ହେଉଛି ବୋଲି ମଙ୍ଗଳବାର ଦୁଇଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ଜଣେ ସ୍ୱାଧୀନତା ସଂଗ୍ରାମୀ ଯେତେବେଳେ ଅସୁସ୍ଥ ହୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଛନ୍ତି ସେତେବେଳେ ତାଙ୍କୁ ସମ୍ମାନର ସହ ଚିକିତ୍ସା କରାଯିବା ଦରକାର । ଅନେକ ସ୍ୱାଧୀନତା ସଂଗ୍ରାମୀ ଆଉ ଇହଧାମରେ ନାହାଁନ୍ତି । ଯେଉଁମାନେ ଅଛନ୍ତି ସମସ୍ତେ ପ୍ରାୟତଃ ଜୀବନର ସାୟାହ୍ନରେ ପହଞ୍ଚିଛନ୍ତି । ତେଣୁ ତାଙ୍କ ପ୍ରତି ଅସମ୍ମାନ କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ସରକାରୀ ନିର୍ଦ୍ଦେଶନାମା ସତ୍ୱେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଡାକ୍ତରଖାନାରେ ମୁକ୍ତ ଚିକିତ୍ସା ଯୋଗଦେଇ ଦେବାକୁ ପ୍ରତ୍ୟାଖ୍ୟାନ କରାଯାଉଥିବା ସଂପର୍କରେ ଅଭିଯୋଗ ମିଳୁଛି । ତେବେ ଏହି ନିର୍ଦ୍ଦେଶନାମାକୁ ଏଣିକି କଡାକଡି ପାଳନ କରିବାକୁ ପଡିବ ।

ସ୍ୱାଧୀନତା ସଂଗ୍ରାମୀ କୌଣସି ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଲେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଡାକ୍ତରଖାନା କର୍ତୃପକ୍ଷ ବହନ କରିବେ । ଡାକ୍ତରଖାନାରେ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ସହ ଆସିଥିବା ସହଯୋଗୀଙ୍କ ରହଣି ବ୍ୟବସ୍ଥା , ଔଷଧ ଖର୍ଚ୍ଚ ଏବଂ ସେମାନଙ୍କ ବାଟଖର୍ଚ୍ଚ ମଧ୍ୟ ଡାକ୍ତରଖାନା ପକ୍ଷରୁ ବହନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସ୍ୱାଧୀନତା ସଂଗ୍ରାମୀ, ସ୍ୱାସ୍ଥ୍ୟ ବିଭାଗ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version