Site icon Odisha.com

ରାଜେଶ ଖାନ୍ନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ରାଜେଶ ଖାନ୍ନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତ ରାଜେଶ ଖାନ୍ନା ତାଙ୍କର ଉଚ୍ଚକୋଟିର ତଥା ଯାୁକରୀ ଅଭିନୟ ଯୋଗୁ ଲୋକପ୍ରିୟତାର ଶିଖରରେ ପହଞ୍ଚିପାରିଥିଲେ । ସେ ଥିଲେ ଚଳଚ୍ଚିତ୍ର ଜଗତର ପ୍ରଥମ ସୁପରଷ୍ଟାର ।

ତାଙ୍କ ବିୟୋଗରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏକ ଗୌରବମୟ ଯୁଗର ଅବସାନ ଘଟିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେଶ ଖାନ୍ନାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପରଲୋକଗତ ଆତ୍ମାର ସ୍ଗତିକାମନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version