Site icon Odisha.com

ଓଡ଼ିଶାରେ କାର୍ଯ୍ୟକାରୀ ହେବ ଜରୁରୀ ଆମ୍ବୁଲାନ୍ସ ସେବା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଖୁବ୍ ଶୀଘ୍ର ଜରୁରୀ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଏହି ଯୋଜନାର ନାମ ଏମରଜେନ୍ସି ମେଡ଼ିକାଲ ଆମ୍ବୁଲାନ୍ସ ସର୍ଭିସ ରଖାଯାଇଛି । ମୁଖ୍ୟମନ୍ତ୍ରୀ ବୁଧବାର ଏହି ଯୋଜନାକୁ ସ୍ୱୀକୃତି ଦେବା ସହିତ ରାଜ୍ୟର ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ମାନଙ୍କରେ ଏହା ଯେପରି ସଫଳ ଭାବରେ ଲୋକଙ୍କୁ ସେବା ଯୋଗାଇ ଦେଇ ପାରିବ ତା’ ଉପରେ ସତର୍କ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆଦିବାସୀ ବହୁଳ ତଥା ଅନୁନ୍ନତ ୧୫ଟି ଜିଲ୍ଲାରେ ଏହି ଆମ୍ବୁଲାନ୍ସ ସେବା କାର୍ଯ୍ୟ କରିବ ଏବଂ ୩ଟି ପର୍ଯ୍ୟାୟରେ ଏହି ଜିଳ୍ଲା ଗୁଡ଼ିକରେ ୨୮୦ଟି ଆମ୍ବୁଲାନ୍ସ ନିୟୋଜିତ କରାଯିବ ।

ପ୍ରତ୍ୟେକ ଆମ୍ବୁଲାନ୍ସରେ ଜରୁରୀ ଜୀବନ ରକ୍ଷାକାରୀ ଯନ୍ତ୍ରପାତି ସହିତ ପ୍ରଶିକ୍ଷଣ କର୍ମଚାରୀ ରହିବେ । ଗୋଟିଏଆମ୍ବୁଲାନ୍ସ ଦଶ କିମି ପରିଧି ମଧ୍ୟରେ ସେବା ଯୋଗାଇ ଦେବ । ସୂଚନା ପାଇବାର ୨୦ରୁ ୩୫ ମିନିଟ୍ ମଧ୍ୟରେ ଏହା ଯେପରି ରୋଗୀ ପାଖରେ ପହଞ୍ଚି ପାରିବ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version