Site icon Odisha.com

ସ୍ପେନ ବାଲୁକାକଳା ପ୍ରତିଯୋଗିତାରେ ସୁଦର୍ଶନଙ୍କୁ ଦୁଇଟି ସ୍ୱର୍ଣ୍ଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ସ୍ପେନର ମାର୍ବେଲା ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

୯ରୁ ୧୭ ପର୍ଯ୍ୟନ୍ତ ହୋଇଥିବା ଏହି ପ୍ରତିଯୋଗିତାରେ ସୁଦର୍ଶନ କେବଳ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ପଟ୍ଟନାୟକ ୩.୫ ଫୁଟ୍ ଉଚ୍ଚର ଏକ ଡ଼ଙ୍ଗାରେ ଗଣେଶ “”ସେଭ୍ ଆୱାର ସି ଲାଇଫ-ସେଭ୍ ଆୱାର ଆର୍ଥ ଫ୍ରମ୍ ଗ୍ଲୋବାଲ ୱାର୍ମିଂ” ବାର୍ତା ପ୍ରଚାର କରୁଥିବା କଳାକୃତି କରିଥିଲେ ।

ସିକ୍ରେଟ ଅଫିସ ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଥିଲା । ଏହି କଳାକୃତିରେ ସେ ଏକ ହଜାର ଟନ୍ ବାଲି ବ୍ୟବହାର କରିଥିବା ବେଳେ “ପିପୁଲ ଚଏସ” ଏବଂ “ବେଷ୍ଟ ପଜିଟିଭ” ବର୍ଗରେ ତାଙ୍କୁ ଏହି ସ୍ୱର୍ଣ୍ଣ ପଦକ ମିଳିଛି ।

ଭାରତକୁ ଦୁଇଟି ପୁରସ୍କାର ମିଳିଥିବା ଘୋଷଣା ହେବା ପରେ ମୁଁ ବହୁତ ଖୁସି ହୋଇଥିଲି । କଳାକୃତିରେ ମୁଁ ସବୁବେଳେ କିଛି ବାର୍ତା ଦେବାକୁ ଚେଷ୍ଟା କରିଥାଏ ବୋଲି ସୁଦର୍ଶନ କହିଛନ୍ତି ।

ଏହି ପ୍ରତିଯୋଗିତାରେ ଭାରତ ସମେତ ସ୍ପେନ, ଇଟାଲୀ, ଆୟରଲ୍ୟାଣ୍ଡ, ଜର୍ମାନୀ, ୟୁକ୍ରେନ୍, ଋଷିଆ, ପୋଲାଣ୍ଡ ଏବଂ ହଲାଣ୍ଡର ପ୍ରତିଯୋଗିମାନେ ଅଂଶ ଗ୍ରହଣ କରିଥିଲେ ।

ରିଏଲିଷ୍ଟିକ୍, କ୍ରିଏଟିଭ, ଫେନ୍ଟାଷ୍ଟିକ,ପଜିଟିଭ ଏବଂ ପିପୁଲସ୍ ଚଏସ ଭଳି ପାଞ୍ଚଟି ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ଚାମ୍ପିୟନସିପରେ ଅଂଶଗ୍ରହଣ କରି ସୁଦର୍ଶନ ଦେଶ ପାଇଁ ଅନେକ ପୁରସ୍କାର ଆଣିଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version