Site icon Odisha.com

ରାଷ୍ଟ୍ରପତି ନିର୍ବାଚନ: ନିଲମ୍ବିତ ବିଧାୟକଙ୍କ ଭୋଟ୍ ନାକଚ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ଓଡ଼ିଶା ବିଧାନସଭାରେ ମତଦାନ ସମୟରେ ବିଜେଡ଼ିରୁ ନିଲମ୍ବିତ ବିଧାୟକ ପ୍ରଭାତ ବିଶ୍ୱାଳ ଭୋଟ୍ ନାକଚ ହୋଇଯାଇଛି ।

୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାର ୪୫ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ବିଶ୍ୱାଳ ବାଲାଟ ପେପରରେ ଭୋଟ୍ ଦେଇ ଅନ୍ୟମାନଙ୍କୁ ଦେଖାଇଥିବା ଅଭିଯୋଗ ହେବାରୁ ପ୍ରିଜାଇଡ଼ିଂ ଅଫିସର ତାଙ୍କ ଭୋଟ୍ ନାକଚ କରିେଇଛନ୍ତି ।

ଆଇନ ଅନୁଯାୟୀ ବାଟାଲ ପେପରରେ ଭୋଟ୍ ଦେବାପରେ ଅନ୍ୟ କାହାକୁ ଏହା ଦେଖାଇବାର ନିୟମ ନାହିଁ ବୋଲି ସଂପୃକ୍ତ ପ୍ରିଜାଇଡ଼ିଂ ଅଫିସର କହିଛନ୍ତି ।

ଭୋଟ୍ ବାକ୍ସରେ ବାଲାଟ ପେପରକୁ ପକାଇବା ପୂର୍ବରୁ ଏହାକୁ ଚାରି ଫୋଲ୍ଡ କରାଯାଇଥାଏ ଏବଂ ମୁଁ ତାହା କରୁଥିଲି ବୋଲି କଟକ-ଚୌଊଦ୍ଵାର ବିଧାୟକ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି । ତେବେ ଜାଣିଶୁଣି ଏଭଳି କରିନଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version