ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଫୁଲବାଣୀ,ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) ବୌଦ୍ଧ ଜିଲ୍ଲାର ଏକ ସଂକୀର୍ତନ ଦଳ ନୟାଗଡ଼ର ଜିଲ୍ଲାରେ ଆୟୋଜିତ ନାମ ସଂକୀର୍ତନରେ ଯୋଗଦେବାକୁ ଯାଇଥିବାବେଳେ ସେଠାରେ ବିଷାକ୍ତ ଖାଦ୍ୟ ଖାଇ ଗୁରୁବାର ଚାରି ଜଣଙ୍କ ଜଣଙ୍କର ମୃତ୍ୟୁ ହୋଇଛି ।
ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନୟାଗଡ଼ ବାଣିଗୋଚ୍ଛା ଠାରେ ମୃତ୍ୟୁ ହୋଇଥିବାବେଳେ ଆନ୍ୟ ୨ଜଣଙ୍କର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖାଦ୍ୟ ଖାଇବା ପରେ ଏହି ଲୋକ ମାନଙ୍କ ପେଟ ଫୁଲିବା ସହ ବାନ୍ତି ହୋଇ ଛାତିରେ ଯନ୍ତ୍ରଣା ହୋଇଥିଲା ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅକ୍ଷୟ ବିନ୍ଧାଣୀ ଅଞ୍ଜନ ମାନୀ, ଯଶୋବନ୍ତ ପ୍ରଧାନ, ଶାନ୍ତନୁ ବେହେରା, ସୂର୍ଯ୍ୟମଣିମଲ୍ଲିକ ପ୍ରମୁଖ ଏକ ୭ଜଣିଆ ଦଳ ଏହି ନାମ ସଂକୀର୍ତନରେ ଯୋଗଦେବାକୁ ଯାଇଥିଲେ ।
ବିଷାକ୍ତ ଖାଦ୍ୟ ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍