Site icon Odisha.com

ଭଦ୍ରକ: ୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ଗିରଫ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜୁଲାଇ ୨୧(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ବହୁଦିନରୁ ବ୍ରାଉନସୁଗାର କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିବାବେଳେ ଶନିବାର କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ପାଞ୍ଚ ଲକ୍ଷ ଟଙ୍କାର ବ୍ରାଉସ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ସଂପୃକ୍ତ ବ୍ୟକ୍ତିମାନେ ଜଣେ ବ୍ୟକ୍ତିଙ୍କୁ ବ୍ରାଉନ ସୁଗାର ବିକ୍ରୀ କରୁଥିବା ଖବର ପାଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗର ଏକ ଦଳ ଷ୍ଟେସନ ନିକଟରେ ଚଢ଼ାଉ କରିଥିଲେ ।

ଗିରଫ ସମୟରେ ରବୀନ୍ଦ୍ର ନାମକ ବ୍ୟକ୍ତିଙ୍କ ଠାରୁ ୩୨ଗ୍ରାମ ଓ ଚଗୁଲୁ ଠାରୁ ୧୪ଗ୍ରାମ ଏହିପରି ମୋଟ ୪୬ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା । ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

ଉଲ୍ଲେଖଯୋଗ୍ୟ, ଚରମ୍ପା ବଉଳ ପୋଖରୀ ଅଞ୍ଚଳର ରବୀନ୍ଦ୍ର ଓ ଚଗୁଲୁ ପୂର୍ବରୁ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗ ହୋଇ ଆସୁଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version